Home Uncategorized ରଥଯାତ୍ରା ସୁରକ୍ଷା ସମୀକ୍ଷା- ରଥଯାତ୍ରା ପାଇଁ ମୁତୟନ ହେବେ ୧୨୭ ପ୍ଲାଟୁନ୍‌ ପୋଲିସ୍

ରଥଯାତ୍ରା ସୁରକ୍ଷା ସମୀକ୍ଷା- ରଥଯାତ୍ରା ପାଇଁ ମୁତୟନ ହେବେ ୧୨୭ ପ୍ଲାଟୁନ୍‌ ପୋଲିସ୍

0

ପୁରୀ- ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ଆଉ ଦୁଇ ଦିନ ବାକି ଅଛି । ରଥଯାତ୍ରାରେ ସୁରକ୍ଷା  ବ୍ୟବସ୍ଥା ନେଇ ଆଜି ପୁରୀରେ ପୋଲିସ ଡିଜି କେବି ସିଂଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ଏଡିଜି, ଆଇଜିଙ୍କ ସମେତ ୧୨ ଜଣ ଆଇପିଏସ୍‌ ଅଧିକାରୀ ଉପସ୍ଥିତ ଥିଲେ । ରଥଯାତ୍ରାକୁ ଆଉ ଦୁଇ ଦିନ ବାକି ଥିବାରୁ ପୋଲିସ ଡିଜି ଏହାକୁ ଶୃଙ୍ଖଳିତ ଭାବରେ ସମ୍ପାଦନ କରିବା ଉପରେ ଜୋର ଦେଇଛନ୍ତି । ବୈଠକରେ ଆଇନ ଶୃଙ୍ଖଳା, ଭକ୍ତ ସୁରକ୍ଷା ଓ ଟ୍ରାଫିକ ନିୟନ୍ତ୍ରଣ ନେଇ  ସମୀକ୍ଷା ହୋଇଛି । ସୁରକ୍ଷା ବ୍ୟବସ୍ଥାକୁ ୫ଟି ସେକ୍ଟରରେ ବିଭକ୍ତ କରାଯାଇଛି । ରଥଯାତ୍ରା ସମୟରେ ପୋଲିସ୍‌ କର୍ମଚାରୀଙ୍କ ମୋବାଇଲ ଫୋନ ବ୍ୟବହାର କରିବା ଉପରେ କଟକଣା ଜାରି ହୋଇଛି।
ବୈଠକରେ ଉପସ୍ଥିତ ଥିବା ଆଇପିଏସ ଅଧିକାରୀଙ୍କ ମଧ୍ୟରେ ଦାୟିତ୍ୱ ବଣ୍ଟା ଯାଇଛି ।  ରଥଯାତ୍ରାର ସମ୍ପୂର୍ଣ୍ଣ ଦାୟିତ୍ୱ ନେଇଛନ୍ତି ଏଡିଜି ବିନୟାନନ୍ଦ ଝା । ଟ୍ରାଫିକ ଦାୟିତ୍ୱରେ ଅଛନ୍ତି ଆଇଜି ସଂଜୀବ ପଣ୍ଡ।, ଭିଡ଼ ନିୟନ୍ତ୍ରଣ ଦାୟିତ୍ୱରେ ଆଇଜି ଅସିତ ପାଣିଗ୍ରାହୀ, କର୍ଡନ ଦାୟିତ୍ୱରେ ସତ୍ୟଜିତ ମହାନ୍ତି ଓ ଦୀପ୍ତେଶ ପଟ୍ଟନାୟକ, ଶ୍ରୀମନ୍ଦିର ସୁରକ୍ଷା ଦାୟିତ୍ୱରେ କେନ୍ଦ୍ରାଂଚଳ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ ରହିଥିବାର ପ୍ରକାଶ ପାଇଛି ।
 ରଥ ଯାତ୍ରା ପାଇଁ ଦାୟିତ୍ୱରେ ୧୨ଜଣ ଏସ୍‌ପି କ୍ୟାଡର ଅଫିସର ନିୟୋଜିତ ହେବେ । ସେହିପରି ୨୮  ଜଣ ଏଏସ୍‌ପି, ୬୮ ଜଣ ଡିଏସ୍‌ପି, ୧୩୬ ଇନ୍ସସପେକ୍ଟର, ୬୪୩ ଏସ୍ଆଇ, ୪୬୮ କନଷ୍ଟେବଲ, ୧୧୩ ଟ୍ରାଫିକ କନଷ୍ଟେବଲ, ୧୫୮୦ ହୋମଗାର୍ଡ, ୨ କଂପାନୀ ଆର୍‌ଏଏଫ୍, ୨ କଂପାନୀ ‌ଏସ୍‌ଓଜି, ୨ କଂପାନୀ ଓଡ୍ରାଫ୍ ଓ ୧୨୭ ପ୍ଲାଟୁନ ଫୋର୍ସ ମୁତୟନ ହେବେ । ଶ୍ରୀମନ୍ଦିର ସହ ବଡଦାଣ୍ଡ , ସହରର ସମସ୍ତ ପ୍ରବେଶ ପଥ ଓ  ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳ ଉପରେ ସିସିଟିଭି କ୍ୟାମେରାର ନଜର ରହିବା ବଙ୍ଗୋପସାଗରରେ ତଟୀୟ ସୁରକ୍ଷା ବା କୋଷ୍ଟ ଗାର୍ଡର ଜାହାଜ ପହରା ଦେବା ନେଇ ବୈଠକରେ ଆଲୋଚନା କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here