Home Uncategorized ରସଗୋଲା ଯୁଦ୍ଧରେ ବାଜି ମାରିଲା ପଶ୍ଚିମବଙ୍ଗ

ରସଗୋଲା ଯୁଦ୍ଧରେ ବାଜି ମାରିଲା ପଶ୍ଚିମବଙ୍ଗ

0
ଭୁବନେଶ୍ୱର: ରସଗୋଲା ବିବାଦର ଆଜି ଅନ୍ତ ଘଟିଛି । ଦୀର୍ଘ ଦୁଇ ବର୍ଷ ଧରି ଓଡ଼ିଶା ଓ ପଶ୍ଚିମବଙ୍ଗ ମଧ୍ୟରେ ଚାଲିଥିବା ରସଗୋଲା ଯୁଦ୍ଧରେ ପଶ୍ଚିମବଙ୍ଗ ଜିତାପଟ ହାସଲ କରିଛି । ଏହି ରସଗୋଲା ଯୁଦ୍ଧରେ ଶେଷରେ ଓଡିଶା ହାର ମାନିଥିବା ବେଳେ ‘ଜିଆଇ ଟ୍ୟାଗ’ ପଶ୍ଚିମବଙ୍ଗକୁ ମିଳିଛି । ସୂଚନାଯୋଗ୍ୟ, ରସଗୋଲାକୁ ନେଇ ଓଡ଼ିଶା ଓ ପଶ୍ଚିମବଙ୍ଗ ମଧ୍ୟରେ ଦୁଇବର୍ଷ ତଳେ ଲଢ଼େଇ ଆରମ୍ଭ ହୋଇଥିଲା । ପଶ୍ଚିମବଙ୍ଗ ସରକାର ସ୍ଥାନୀୟ ରସଗୋଲାକୁ ଜିଆଇର ମାନ୍ୟତା ଦେବା ପାଇଁ ଚେନ୍ନାଇସ୍ଥିତ ଭାରତୀୟ ଭୌତ୍ତିକ ସଂପତ୍ତି କାର୍ୟ୍ୟାଳୟରେ ଆବେଦନ କରିଥିଲା । ଆଉ ଆଜି ରସଗୋଲାକୁ ଚେନ୍ନାଇସ୍ଥିତ ସଂପୃକ୍ତ କର୍ତୃପକ୍ଷ, ବଙ୍ଗଲା ରସଗୋଲା ନାଁରେ ଜିଆଇ ମାନ୍ୟତା ଦେଇଛନ୍ତି । ପଶ୍ଚିମବଙ୍ଗ ସରକାର ଯୁକ୍ତି ବାଢିଥିଲେ, ବଙ୍ଗଳା ହେଉଛି ରସଗୋଲାର ଉତ୍ପତି । ବଙ୍ଗଳାର ପ୍ରସିଦ୍ଧ ମିଠା ପ୍ରସ୍ତୁତକାରୀ ନବୀନ ଦାସ ଏହାକୁ ୧୮୬୮ ମସିହାରେ ଆବିଷ୍କାର କରିଥିଲେ । ପୂର୍ବରୁ ଓଡିଶା ସରକାର ରସଗୋଲାର ଉତ୍ପତି ୬୦୦ ବର୍ଷ ତଳର ବୋଲି କହିଥିଲେ । ବଳରାମ ଦାସଙ୍କ ଦାଣ୍ଡି ରାମାୟଣରେ ରସଗୋଲାର ଉଲ୍ଲେଖ ଥିବା ସାହିତ୍ୟିକ ପ୍ରମାଣ ମଧ୍ୟ ରହିଛି, ଯାହାକି ୫ ଶହ ବର୍ଷ ପୁରୁଣା । ତେବେ ପଶ୍ଚିମବଙ୍ଗ ଆବଦେନ ପରେ ଜିଆଇ ଅଧିକାରୀ କହିଛନ୍ତି ରସଗୋଲା କେବଳ ପଶ୍ଚିମବଙ୍ଗର, ଏଥିରେ ଓଡ଼ିଶାର କୌଣସି ଅଧିକାର ନାହିଁ । ଆବେଦନ ଫର୍ମରେ କୁହାଯାଇଥିଲା ତାଙ୍କ ରାଜ୍ୟରେ ଯେପରି ମିଠା ତିଆର ହେଉଛି ଅନ୍ୟ ରାଜ୍ୟରେ ସେପରି ହେଉନି । ଏପରିସ୍ଥଳେ ଓଡ଼ିଶାରେ ରସଗୋଲାର ଉତ୍ପତ୍ତିକୁ ନେଇ ବିଜ୍ଞାନ ଓ ବୈଷୟିକ ବିଭାଗକୁ ଦାୟିତ୍ୱ ଦେଇଥିଲେ । ବିଭାଗ ପକ୍ଷରୁ ଏଥିପାଇଁ କମିଟି ଗଠନ କରାଯାଇ ରସଗୋଲାର ଉତ୍ପତ୍ତି ସଂପର୍କରେ ଖୋଳତାଡ଼ ଆରମ୍ଭ ହୋଇଥିଲା । କମିଟି ପକ୍ଷରୁ ବର୍ଷେ ହେବ ରସଗୋଲାର ଉତ୍ପତ୍ତି ସଂପର୍କିତ ଐତିହାସିକ ପ୍ରମାଣ ଦେଇଥିଲେ ହେଁ, ସରକାର ଏହା ଉପରେ ବିଶେଷଭାବେ ଆଗେଇ ନ ଥିଲେ । ବରଂ ବିଜ୍ଞାନ ଓ ବୈଷୟିକ ବିଭାଗ ଏହି ଦାୟିତ୍ୱ ପୁଣିଥରେ ଶିଳ୍ପ ବିଭାଗକୁ ହସ୍ତାନ୍ତର କରିଥିଲା । କିନ୍ତୁ ଏଥିରେ ବିଶେଷ କିଛି ସୁଫଳ ମିଳିନଥିଲା । ଆଉ ରସଗୋଲା ଆମର ବୋଲି ଦାବି କରୁଥିବା ଓଡ଼ିଶାକୁ ଶେଷରେ ନୀରାଶ ହେବାକୁ ପଡ଼ିଛି ।