Home ଓଡିଶା ରସୁଲଗଡ଼ ଛକ ନିକଟସ୍ଥ ବସ୍ତିରେ ଭୟାବହ ଅଗ୍ନିକାଣ୍ଡ,

ରସୁଲଗଡ଼ ଛକ ନିକଟସ୍ଥ ବସ୍ତିରେ ଭୟାବହ ଅଗ୍ନିକାଣ୍ଡ,

ଅପରାହ୍ନରେ ରସୁଲଗଡ଼ ଛକ  ଟ୍ରକ୍‌ ଟର୍ମିନସ୍ ନିକଟରେ ଥିବା ଏକ ବସ୍ତିରେ ଭୟାବହ ଅଗ୍ନିକାଣ୍ଡ ଘଟି ପାଖାପାଖି ୨୦ରୁ ୩୦ବଖରା ଘର ଜଳି ଧୂଳିସାତ ହୋଇଯାଇଛି। ବସ୍ତିବାସିନ୍ଦାଙ୍କ କହିବାନୁସାରେ, ବସ୍ତିରେ ରହୁଥିବା ଜନୈକ ବ୍ୟକ୍ତି ତାଙ୍କ ପତ୍ନୀଙ୍କ ସହିତ ଝଗଡ଼ା କରିଥିଲେ। ଏହି ଝଗଡ଼ା ଅଧିକ ବଢ଼ିବାରୁ ସେ ରାଗରେ ଘରେ ନିଆଁ ଲଗାଇ ଦେଇଥିଲେ। ଯାହାକି ଅନ୍ୟ ଘରଗୁଡ଼ିକୁ ବ୍ୟାପି ଯାଇଥିଲା। କିଛି ବୁଝିବା ପୂର୍ବରୁ ଗୋଟିଏ ପରେ ଗୋଟିଏ ଘରେ ନିଆଁ ଲାଗି ଯାଇଥିଲା। ନିଆଁକୁ ଯେତେ ଲିଭାଇବା ପାଇଁ ଚେଷ୍ଟା କରିଥିଲେ ହେଁ ସମସ୍ତେ ଏଥିରେ ସଫଳ ହୋଇନଥିଲେ।