Home Uncategorized ‘ରାଇଜିଂ ଷ୍ଟାର’ର ସିଜିନ୍‌-୨ ଶ୍ରେଷ୍ଠ ୧୦ରେ : ଶଶାଙ୍କ ଶେଖର

‘ରାଇଜିଂ ଷ୍ଟାର’ର ସିଜିନ୍‌-୨ ଶ୍ରେଷ୍ଠ ୧୦ରେ : ଶଶାଙ୍କ ଶେଖର

0

ଭୁବନେଶ୍ୱର :  ଦେଶର ପ୍ରଥମ ଲାଇଭ୍‌ ମ୍ୟୁଜିକାଲ୍‌ ରିଆଲିଟି ଶୋ’ ତଥା ଟ୍ୟାଲେଣ୍ଟ ହଣ୍ଟ୍‌ କାର୍ଯ୍ୟକ୍ରମ ‘ରାଇଜିଂ ଷ୍ଟାର’ର ସିଜିନ୍‌-୨ରେ ପ୍ରଥମ ଏପିସୋଡ୍‌ରୁ ହିଁ ଭୁବନେଶ୍ୱରର  ଜଣାଶୁଣା ଓଡ଼ିଆ କଣ୍ଠଶିଳ୍ପୀ ତଥା ଓଡ଼ିଶାର ଲୋକପ୍ରିୟ ପ୍ଲେବ୍ୟାକ୍‌ ସିଙ୍ଗର ଶଶାଙ୍କ ଶେଖର ଏଥର କଲର୍ସର ସିଙ୍ଗିଙ୍ଗ୍‌ ରିଆଲିଟି ଶୋ’ ‘ରାଇଜିଂ ଷ୍ଟାର୍‌’ର ଶ୍ରେଷ୍ଠ ୧୦ଜଣଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି। ଫିଲ୍ମ ‘ଗବ୍ବର’ର ‘ତେରୀ ମେରୀ କାହାନୀ’ ଗୀତ ଗାଇବା ପରେ ତାଙ୍କ ଫ୍ୟାନ୍‌ ତାଲିକାରେ ସାମିଲ ହୋଇଥିଲେ ଶୋ’ର ବିଚାରକ ତଥା ସଙ୍ଗୀତଜ୍ଞ ଶଙ୍କର ମହାଦେବନ୍‌, କଣ୍ଠଶିଳ୍ପୀ ମୋନାଲି ଠାକୁର ଓ ଦିଲଜିତ୍‌ ଦୋସାଞ୍ଝ। କେବଳ ସେତିକି ନୁହେଁ, ୯୪ ପ୍ରତିଶତ ଲାଇଭ୍‌ ଭୋଟିଂ ପାଇ ସେ ଶ୍ରେଷ୍ଠ ବିବେଚିତ ହୋଇଥିଲେ I ଏକାଧିକ ଫିଲ୍ମରେ ଗୀତ ଗାଇଛନ୍ତି, ଯେଉଁଥିରେ ‘ପ୍ରେମ୍‌ ଓ୍ବେଡ୍‌ସ ପ୍ରିୟା’, ‘ତୁ ମୋ ଆରମ୍ଭ ତୁ ମୋ ଶେଷ’, ‘ହେଲୋ’, ‘କଳ୍‌କୀ’, ‘ମାୟା’, ତୁ କହିବୁ ନା ମୁଁ’, ‘ସମୟ ବଡ଼ ବଳବାନ୍‌’, ‘ବୋବାଲ ଟୋକା’ ଭଳି ଫିଲ୍ମ ରହିଛି। ଏହାସହ ବହୁ ଆଲବମ୍‌ ଓ ମ୍ୟୁଜିକ୍‌ ଭିଡିଓରେ ସ୍ବର ଦେଇଥିବା ବେଳେ ‘ତୋ ବିନା’, ‘ମଶାଣି’, ‘ଯାହାର ଜହ୍ନ’ ଭଳି ଆଧୁନିକ ଗୀତ ଏବଂ ‘ଜୟ ଜଗନ୍ନାଥ’, ‘ନବଗ୍ରହ ସ୍ତ୍ରୋତମ୍‌’, ‘ସାଇ ଭଜନ’ ଭଳି କେତେକ ଭଜନ ସିଡୀ ବି ରହିଛି। ‘ତୁ କହିବୁ ନା ମୁଁ’ ଫିଲ୍ମର ‘ଦିନେ ଫୁଟିଥିଲା ଫୁଲ’ ଗୀତ ପାଇଁ ତାଙ୍କୁ ନିକଟରେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ମିଳିଛି I ଯେତେ ଆଗକୁ ଗଲେ ବି ଓଡ଼ିଶା କିମ୍ବା ଓଡ଼ିଆ ଇଣ୍ଡଷ୍ଟ୍ରୀକୁ କେବେ ବି ଛାଡ଼ିପାରିବେ ନାହିଁ ବୋଲି ସେ କହିଛନ୍ତି। ଓଡ଼ିଶା ପ୍ରତି ଅନ୍ୟମାନଙ୍କର ରହିଆସିଥିବା ଭ୍ରାନ୍ତ ଧାରଣାକୁ ଦୂର କରିବା ସହ ଏହି ୨୮ବର୍ଷୀୟ ଯୁବ କଣ୍ଠଶିଳ୍ପୀ ଓଡ଼ିଶାର ଟେକ ରଖି ରାଜ୍ୟବାସୀଙ୍କୁ ଗୌରବାନ୍ବିତ କରିଛନ୍ତି।

LEAVE A REPLY

Please enter your comment!
Please enter your name here