Home Uncategorized ରାଜଧାନୀରୁ ୧୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ୨ ଗିରଫ

ରାଜଧାନୀରୁ ୧୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ୨ ଗିରଫ

0

ଭୁବନେଶ୍ୱର : ସ୍ମାର୍ଟ ସିଟି ଭୁବନେଶ୍ୱରରେ ଖୁଲମ୍‌ଖୁଲ୍ଲା ଚାଲିଛି ବ୍ରାଉନସୁଗାର କାରବାର । ଗ୍ରାହକଙ୍କ ପାଇଁ ଛୋଟ ପ୍ୟାକେଟ ଠାରୁ ଆରମ୍ଭ କରି ବଡ ପ୍ୟାକେଟରେ ମିଳୁଛି ବ୍ରାଉନ ସୁଗାର । ଆଉ ହଳଦୀପଡିଆ ସାଜିଛି ଏହାର ପେଣ୍ଠସ୍ଥଳୀ । ତେବେ ଗୁଇନ୍ଦା ସୂଚନା ବଳରେ ହଳଦୀ ପଡିଆରେ ଚଢାଉ ବେଳେ ଆଜି ଅବକାରୀ ବିଭାଗକୁ ମିଳିଛି ୧୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ।  କାହା ଘରର ଚାଳରେ ତ ପୁଣି କାହା ଘରର ଖଟତଳେ, ଆଉ କାହାର ମସାରି ଡୋରରୁ ମିଳିଥିଲା ବ୍ରାଉନସୁଗାର ।  ଅବକାରୀ ବିଭାଗ ଅଧିକାରୀମାନେ ୧୦୦ ଗ୍ରାମ ବ୍ରାଉନ୍ ସୁଗାର ଜବତ କରିଛନ୍ତି । ଏହାର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ଟଙ୍କା ହେବ ବୋଲି କୁହାଯାଇଛି । ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି । ବସ୍ତିରେ ଆଉ କିଏ ବ୍ରାଉନ୍‌ ସୁଗାର ବ୍ୟବସାୟରେ ଲିପ୍ତ ଅଛନ୍ତି, ସେନେଇ ତନାଘନା ଜାରି ରଖିଛି ଅବକାରୀ ବିଭାଗ ।

LEAVE A REPLY

Please enter your comment!
Please enter your name here