Home ଅପରାଧ ରାଜଧାନୀରେ ଏନ୍‌କାଉଣ୍ଟର, ୨ ଅପରାଧୀ ଆହତ

ରାଜଧାନୀରେ ଏନ୍‌କାଉଣ୍ଟର, ୨ ଅପରାଧୀ ଆହତ

0
ଭୁବନେଶ୍ୱର: ମଙ୍ଗଳବାର ରାଜଧାନୀରେ ବିଭିନ୍ନ ଡକାୟତି ମାମଲାରେ ସମ୍ପୃକ୍ତ ଥିବା ଦୁଇ ଅପରାଧୀ ହରି ମେଣ୍ଟାଲ ଓ ଲିପୁ  ପୋଲିସ ଏନ୍‌କାଉଣ୍ଟରରେ ଆହତ ହୋଇଛନ୍ତି । ଉଭୟଙ୍କ ଗୋଡ଼ରେ ଗୁଳି ବାଜିଛି । ଏମାନଙ୍କଠାରୁ ପୋଲିସ ୨ଟି ବନ୍ଧୁକ ସହ ଗୁଳି ଜବତ କରିଛି । ଅପରାଧୀ ଦ୍ୱୟଙ୍କ ନାଁରେ ଭୁବନେଶ୍ୱର ଓ ଜଗତ୍‌ସିଂହପୁରରେ ବିଭିନ୍ନ ଡକାୟତି ମାମଲା ରହିଥିବା ପୋଲିସ ସୂଚନା ଦେଇଛି । ଉଭୟଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି । ସୂଚନାଯୋଗ୍ୟ, ହରି ଓ ଲିପୁ ଦୁହିଁଙ୍କ ନାମରେ ଅନେକ ଡକାୟତି ମାମଲା ଭୁବନେଶ୍ୱର ଓ ଜଗତସିଂହପୁରରେ ରହିଥିଲା । ପୋଲିସ ଆଖିରେ ଧୁଳି ଦେଇ ଏମାନେ ବହୁ ଦିନ ଧରି ଅପରାଧ ଚଳାଇଥିଲେ । ସେମାନେ ଭୁବନେଶ୍ୱର ବାଲିଅନ୍ତା ଭଇଁଚୁଆଁରେ ଲୁଚିଥିବା ଖବର ପାଇ ପୋଲିସ ଗିରଫ କରିବାକୁ ଯାଇଥିଲା । ସେମାନେ ସେଠାରୁ  ଖସିଯିବା ଉଦ୍ୟମ କରିବା ବେଳେ ଏନ୍‌କାଉଣ୍ଟରରେ ଅଭିଯୁକ୍ତ ହରି ମେଣ୍ଟାଲ ଓ ଲିପୁ ଆହତ ହୋଇଛନ୍ତି ।  ଚିକିତ୍ସା ପାଇଁ ଦୁହିଁଙ୍କୁ କ୍ୟାପିଟାଲ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।