Home ଅପରାଧ ରାଜଧାନୀରେ ହାଇପ୍ରୋଫାଇଲ ସେକ୍ସ ର‍୍ୟାକେଟ ଠାବ, ଧରାପଡ଼ିଲେ ୩ ବିଦେଶିନୀଙ୍କ ସମେତ ୫ ଦେହଜୀବୀ

ରାଜଧାନୀରେ ହାଇପ୍ରୋଫାଇଲ ସେକ୍ସ ର‍୍ୟାକେଟ ଠାବ, ଧରାପଡ଼ିଲେ ୩ ବିଦେଶିନୀଙ୍କ ସମେତ ୫ ଦେହଜୀବୀ

0

ଭୁବନେଶ୍ୱର: ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଖାରବେଳନଗର ଥାନା ଅଧୀନ ଏକ ‘ସ୍ପା’ ସେଣ୍ଟରରୁ ଏକ ହାଇପ୍ରୋଫାଇଲ ସେକ୍ସ ରାକେଟ ଠାବ କରାଯାଇଛି । ଖାରବେଳନଗର ଥାନା ପୋଲିସ୍‌ ସେଠାରୁ ୫ ଯୁବତୀଙ୍କୁ ଉଦ୍ଧାର କରିଥିବାବେଳେ ଓ ୨ ଜଣ ଗ୍ରାହକ ଧରାପଡ଼ିଛନ୍ତି । ଉଦ୍ଧାର ଦେହଜୀବୀଙ୍କ ମଧ୍ୟରେ ୩ ଜଣ ବିଦେଶୀ ଯୁବତୀ ଥିବାବେଳେ ସେମାନେ ଥାଇଲାଣ୍ଡରୁ ଆସିଥିବା ଜଣାପଡିଛି । ପୋଲିସ୍‌ ସ୍ପା ସେଣ୍ଟରକୁ ସିଲ୍‌ କରି ତଦନ୍ତ ଆରମ୍ଭ କରିଛି । ତେବେ ଏମାନଙ୍କ ନିକଟରୁ ୩ଟି ଥାଇଲାଣ୍ଡର ପାସପୋର୍ଟ, ମୋବାଇଲ ଫୋନ୍, ଏବଂ ଏକ ହୋଣ୍ଡା କାର୍ ଜବତ କରାଯାଇଛି ।

ପ୍ରାଥମିକ ତଦନ୍ତରୁ ମିଳିଥିବା ସୂଚନା ଅନୁସାରେ, ବିଦେଶୀ ଯୁବତୀମାନଙ୍କୁ ମାସିକିଆ ପ୍ୟାକେଜ୍‌ରେ ଅଣାଯାଇଥିଲା । ଏମାନେ ଗତ ୪ ମାସ ତଳେ ଟୁରିଷ୍ଟ ଭିସାରେ କୋଲକାତା ଦେଇ ଭୁବନେଶ୍ୱର ଆସିଥିଲେ । ତେବେ ଏହି ଯୁବତୀମାନଙ୍କୁ କିଏ ଆଣିଲା ସେନେଇ ତଦନ୍ତ ଚଳାଇଛି ପୋଲିସ । ସେକ୍ସ ରାକେଟର କିଙ୍ଗପିନକୁ ଗିରଫ କରିବା ପାଇଁ ପୋଲିସ ଛାନଭିନ୍ ଆରମ୍ଭ କରିଛି । ଅନ୍ୟପଟେ ଏହି ବିଦେଶିନୀମାନଙ୍କୁ କିଏ ଭୁବନେଶ୍ୱର ଆଣିଲା ସେନେଇ ମଧ୍ୟ ପୋଲିସ ତଦନ୍ତ କରୁଛି ।

ପୂର୍ବରୁ ରାଜଧାନୀର ଚନ୍ଦ୍ରଶେଖରପୁର ଓ ଖାରବେଳ ନଗରରୁ ଏମିତି ୨ଟି ରାକେଟ୍‌ ଧରାପଡିଥିଲା ।

LEAVE A REPLY

Please enter your comment!
Please enter your name here