Home Uncategorized ରାଜଧାନୀ ରାଜରାସ୍ତାରେ ଟ୍ରାଫିକ୍ ପୋଲିସ-ସାମ୍ବାଦିକ ହାତାହାତି, ପ୍ରତିବାଦରେ ସାମ୍ବାଦିକଙ୍କ ଧାରଣା

ରାଜଧାନୀ ରାଜରାସ୍ତାରେ ଟ୍ରାଫିକ୍ ପୋଲିସ-ସାମ୍ବାଦିକ ହାତାହାତି, ପ୍ରତିବାଦରେ ସାମ୍ବାଦିକଙ୍କ ଧାରଣା

0

ଭୁବନେଶ୍ୱର: ରାଜଧାନୀର ରାଜରାସ୍ତାରେ ଟ୍ରାଫିକ୍ ପୋଲିସ-ସାମ୍ବାଦିକ ଖଣ୍ଡଯୁଦ୍ଧ ।  ଛକ ଉପରେ ହିଁ ଜଣେ ସାମ୍ବାଦିକ ଓ ଟ୍ରାଫିକ ନିୟନ୍ତ୍ରଣ ଦାୟିତ୍ୱରେ ଥିବା ଜଣେ ଟ୍ରାଫିକ୍ ପୋଲିସ୍  ହାତାହାତି ହୋଇଥିଲେ । ଘଟଣାଟି ଘଟିଛି ଆଜି ପୂର୍ବାହ୍ନରେ ଭୁବନେଶ୍ଵରର ପିଏମ୍‌ଜି ଛକରେ । ଆଉ ଏହି ଘଟଣାର ସମ୍ପୂର୍ଣ୍ଣ ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଛି ।

ଆଜି ପିଏମଜି ଛକରେ ପ୍ରିଣ୍ଟ ମିଡିଆର ଜଣେ ସାମ୍ବାଦିକ ଅନ୍ୟ ଜଣେ ମହିଳାଙ୍କ ସହ ସ୍କୁଟିରେ ଯାଉଥିବା ବେଳେ ଟ୍ରାଫିକ ପୋଷ୍ଟରେ ଅଟକିଥିଲେ । କିଛି ଗାଡି ଜେବ୍ରା କ୍ରସିଂ ପାର କରିଯାଇଥିବା ବେଳେ ସାମ୍ବାଦିକଙ୍କ ଗାଡି ମଧ୍ୟ ଜେବ୍ରା କ୍ରସିଂ ପାର କରି ଟ୍ରାଫିକ ପୋଷ୍ଟ ସାମ୍ନାରେ ରହିଥିଲା । ସାମ୍ବାଦିକ ଜଣକ ହେଲମେଟ ପିନ୍ଧି ନଥିଲେ । ଯାହା ଟ୍ରାଫିକ୍ ନିୟମକୁ ଉଲ୍ଲଘଂନ କରୁଥିଲା । ତେଣୁ ସାମ୍ବାଦିକଙ୍କ ଗାଡି ଅଟକାଇଥିଲେ କାଯ୍ୟରତ ଟ୍ରାଫିକ ପୋଲିସ । ଟ୍ରାଫିକ ପୋଲିସ ସାମ୍ବାଦିକଙ୍କ ଗାଡି ଅଟକାଇବା ସହ ତାଙ୍କ ଗାଡିରୁ ଚାବି କାଢି ନେଇଥିଲେ । ଏହାକୁ ନେଇ ଉଭୟଙ୍କ ମଧ୍ୟରେ କିଛି ସମୟ ଯୁକିତର୍କ ହୋଇଥିଲା । ଏହାପରେ ଆରମ୍ଭ ହୋଇଯାଇଥିଲା ଖଣ୍ଡଯୁଦ୍ଧ । ବିଚ୍‌ରାସ୍ତାରେ ଉଭୟଙ୍କ ମଧ୍ୟରେ ମାରପିଟ୍‌ ଆରମ୍ଭ ହୋଇଯାଇଥିଲା । ସ୍କୁଟିରେ ବସିଥିବା ମହିଳା ଜଣକ ମଧ୍ୟ ଟ୍ରାଫିକ୍ ବାବୁଙ୍କ ସହ ଯୁକ୍ତିତର୍କ କରିଥିଲେ ।  ବେଶ କିଛି ସମୟ ଧରି ଏଭଳି ପରିସ୍ଥିତି ଦେଖିବାକୁ ମିଳିଥିଲା । ଟ୍ରାଫିକ କର୍ମଚାରୀ ଟ୍ରାଫିକ ପରିଚାଳନା ନ କରି ମଜ୍ଜି ଯାଇଥିଲେ ଲଢେଇରେ । ଏହାପରେ ସେଠି ଲୋକ ଜମିଯାଇ ଉଭୟଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିିତି ଶାନ୍ତ ପଡିଥିଲା ।  ଆଉ ସାମ୍ବାଦିକ ଓ ଟ୍ରାଫିକ ପୋଲିସ ଲଢେଇର ସମ୍ପୂର୍ଣ୍ଣ ଦୃଶ୍ୟକୁ କଏଦ କରିଥିଲା ସିସିଟିଭି ।

ଜଣେ କାର୍ଯ୍ୟରତ ସାମ୍ବାଦିକଙ୍କୁ ଟ୍ରାଫିକ ପୋଲିସ ମାଡ ମାରିଥିବାରୁ ଏହାର ପ୍ରତିବାଦରେ ରାସ୍ତାରୋକ କରିଥିଲେ ସାମ୍ବାଦିକ । କିଛି ସମୟ ପାଇଁ ଟ୍ରାଫିକ ସମସ୍ୟା ଦେଖା ଦେଇଥିଲା । ପରେ ଡିସିପି ପହଞ୍ଚି ସାମ୍ବାଦିକଙ୍କ ବୁଝାସୁଝା କରିବା ପରେ ଆନ୍ଦୋଳନରୁ ହଟିଥିଲେ ସାମ୍ବାଦିକ ।

LEAVE A REPLY

Please enter your comment!
Please enter your name here