Home Uncategorized ରାଜନଗର: ପୋଖରୀରେ ବୁଡ଼ି ଦୁଇ ଭଉଣୀ ମୃତ

ରାଜନଗର: ପୋଖରୀରେ ବୁଡ଼ି ଦୁଇ ଭଉଣୀ ମୃତ

0

ରାଜନଗର: କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ମୁଗକଣି ଗାଁରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି । ଆଜି ସକାଳେ ପଟ୍ଟାମୁଣ୍ଡାଇ ରାଜନଗର ବ୍ଲକ୍‌ ଅନ୍ତର୍ଗତ ମୁଗକଣି ଗାଁ’ର ସୁଶାନ୍ତ ମୁଦୁଲିଙ୍କର ଦୁଇ ଝିଅ ଖୁଦୁରୁକୁଣୀ ଓଷା ପାଇଁ  ଗାଧୋଇ ଯାଇଥିବାବେଳେ ଗୋଡ ଖସିଯିବାରୁ ପୋଖରୀରେ  ବୁଡ଼ିଯାଇ ମୃତ୍ୟୁବରଣ କରିଛନ୍ତି ।
 
ସୁଶାନ୍ତଙ୍କର ତିନି ଝିଅ ପୋଖରୀକୁ ଗାଧୋଇବା ପାଇଁ ଯାଇଥିବାବେଳେ ଏହି ଅଘଟଣ ଘଟିଥିଲା  । ସୁଜାତା(୧୩) ଏବଂ  ସୁସ୍ମିତା (୧୦) ବୁଡ଼ି ଯାଉଥିବା ଦେଖି ସେମାନଙ୍କୁ ରକ୍ଷା କରିବାକୁ ବଡ଼ ଭଉଣୀ ସୁଚିତ୍ରା ଉଦ୍ୟମ କରି ବିଫଳ ହୋଇଛନ୍ତି । ଅଧିକ ପାଣି ପିଇଯାଇ ଅସୁସ୍ଥ ହୋଇପଡ଼ିଥିବା ସୁଚିତ୍ରାଙ୍କୁ ଚିକିତ୍ସା ପାଇଁ ରାଜନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

LEAVE A REPLY

Please enter your comment!
Please enter your name here