Home ଓଡିଶା ରାଜ୍ୟରେ ଆଜି ୩୬୪୫ କରୋନା ସଂକ୍ରମିତ, ୧୫୮୬୫୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

ରାଜ୍ୟରେ ଆଜି ୩୬୪୫ କରୋନା ସଂକ୍ରମିତ, ୧୫୮୬୫୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା


ଭୁବନେଶ୍ବର: ଆଜି ରାଜ୍ୟରେ ୩୬୪୫ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ୩୦ ଜିଲ୍ଲାରୁ ଏହି କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି । ଏମାନଙ୍କ ଭିତରୁ ସଂଗରୋଧ କେନ୍ଦ୍ରରୁ ସଙ୍ଗରୋଧରୁ ୨୧୫୧ ଓ ସ୍ଥାନୀୟ ଅଞ୍ଚଳରୁ ୧୪୯୪ ହୋଇଥିବା ଜଣାଯାଇଛି। ଏହାଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧,୫୮,୬୫୦କୁ ବୃଦ୍ଧି ପାଇଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

 ଗଞ୍ଜାମ ଜିଲ୍ଲାରେ  ୪୬ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରେ ୫୧୭, କଟକରେ ୩୫୭, ଗଜପତିରେ ୯, ଯାଜପୁରରେ ୧୧୬, ବାଲେଶ୍ବରରେ ୧୫୬, ଜଗତସିଂହପୁର ଜିଲ୍ଲାରେ ୯୫, ପୁରୀରେ ୨୪୬, କେନ୍ଦ୍ରାପଡ଼ାରେ ୭୫, ଭଦ୍ରକ ଜିଲ୍ଲାରେ ୧୪୩, ସୁନ୍ଦରଗଡ଼ରେ ୮୪, ବଲାଙ୍ଗୀରରେ ୩୯, କନ୍ଧମାଳରେ ୯୫, ମୟୂରଭଞ୍ଜରେ ୧୩୭, ନୟାଗଡ଼ରେ ୩୮, କେନ୍ଦୁଝରରେ ୫୬, ନୂଆପଡ଼ାରେ ୯୦, ଝାରସୁଗୁଡ଼ାରେ ୯୧, ଢେଙ୍କାନାଳରେ ୬୮, କଳାହାଣ୍ଡିରେ ୬୯, ବରଗଡ଼ ଜିଲ୍ଲାରେ ୧୫୭, ଅନୁଗୁଳରେ ୩୯, ମାଲକାନଗିରିରେ ୩୩, ସମ୍ବଲପୁରରେ ୧୨୭, ଦେବଗଡ଼ରେ ୧୫, ବୌଦ୍ଧରେ ୩୦, ସୁବର୍ଣ୍ଣପୁର ଜିଲ୍ଲାରେ ୯୯, କୋରାପୁଟରେ ୯୫, ରାୟଗଡ଼ା ଜିଲ୍ଲାରେ ୭୯ ଓ ନବରଙ୍ଗପୁର ଜିଲ୍ଲାରେ ୯୦ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି।