Home Uncategorized ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ, ୩ ମୃତ, ୩ ଗୁରୁତର

ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ, ୩ ମୃତ, ୩ ଗୁରୁତର

0

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ବଜ୍ରପାତ ଘଟି ୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ମଧ୍ୟପୁର ଗାଁରେ ବଜ୍ରପାତରେ ଦୁଇଜଣଙ୍କର ମୃତ୍ୟୁ ହୋଇଛି । ମୃତକମାନେ ହେଲେ ରୀତାଞ୍ଜଳି ମେଣ୍ଡୁଳି ଓ ଶୋଭାଗିନୀ ମେଣ୍ଡୁଳି । ବାସୁଦେବପୁର ପଞ୍ଚୁଟିକିରି ଗାଁରେ ବଜ୍ରପାତ ଯୋଗୁଁ ବୀରଭଦ୍ର ସାହୁ ନାମକ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି ।  ମହାକାଳପଡା ଖରିନାସି ଗାଁରେ ଚିଙ୍ଗୁଡିଘେରିରେ କାମ କରୁଥିବାବେଳେ ବଜ୍ରପାତ ଯୋଗୁଁ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ୩ ଜଣଙ୍କୁ ମହାକାଳପଡା ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି ।

LEAVE A REPLY

Please enter your comment!
Please enter your name here