Home Uncategorized ରାଜ୍ୟସଭା ଯିବେ ପ୍ରତାପ, ବାଚସ୍ପତି ହେବେ ପ୍ରଦୀପ ଅମାତ୍

ରାଜ୍ୟସଭା ଯିବେ ପ୍ରତାପ, ବାଚସ୍ପତି ହେବେ ପ୍ରଦୀପ ଅମାତ୍

0

ଭୁବନେଶ୍ୱର:ବିଜେଡିର ରାଜ୍ୟସଭା ପ୍ରାର୍ଥୀ ନେଇ ଚାଲିଥିବା ସବୁ କଳ୍ପନାଜଳ୍ପନାର ଶେଷରେ ପୂର୍ଣ୍ଣଚ୍ଛେଦ ପଡିଛି । ଦିଲ୍ଲୀରୁ ଫେରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେଡିର ରାଜ୍ୟସଭା ପ୍ରାର୍ଥୀଭାବେ ପ୍ରତାପ ଦେବଙ୍କ ନାମ ଘୋଷଣା କରିଛନ୍ତି । ପ୍ରତାପ ବିଜେଡିର ଜଣେ ପ୍ରଭାବଶାଳୀ ନେତା ହେବା ସହ ମୁଖ୍ୟମନ୍ତ୍ରୀଙ୍କ ବେଶ୍ ନିକଟତର । ରାଜ୍ୟସଭା ପ୍ରାର୍ଥୀ ହେବା ପରେ ପ୍ରତାପ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବା ସହ ମୁଖ୍ୟମନ୍ତ୍ରୀ ଦେଇଥିବା ଗୁରୁଦାୟିତ୍ୱ ବହନ କରିବେ ବୋଲି କହିଥିଲେ । ଦିଲ୍ଲୀରେ ରାଜ୍ୟର ସମସ୍ୟା ଉପସ୍ଥାପନା କରିବେ ବୋଲି ସେ ତାଙ୍କ ପ୍ରତିକ୍ରିୟାରେ କହିଥିଲେ । ଏଯାବତ୍ ପ୍ରତାପ ରାଜ୍ୟ ହାଉସିଂ ବୋର୍ଡର ଅଧ୍ୟକ୍ଷ ହେବା ସହ ବିଜେଡିର ମୁଖପାତ୍ର ଥିଲେ । ୨୦୦୦ରୁ ୨୦୧୪ ପର୍ଯ୍ୟନ୍ତ ପ୍ରତାପ ବିଧାୟକ ଥିଲେ । ସେହିପରି ବାଚସ୍ପତି ପ୍ରାର୍ଥୀଭାବେ ମୁଖ୍ୟମନ୍ତ୍ରୀ ପ୍ରଦୀପ ଅମାତ୍‌ଙ୍କ ନାଁ ଘୋଷଣା କରିଛନ୍ତି ।

LEAVE A REPLY

Please enter your comment!
Please enter your name here