Home Uncategorized ରାଜ୍ୟସଭା ସାଂସଦ ଭାବେ ଶପଥ ନେଲେ ପ୍ରତାପଦେବ

ରାଜ୍ୟସଭା ସାଂସଦ ଭାବେ ଶପଥ ନେଲେ ପ୍ରତାପଦେବ

0

ନୂଆଦିଲ୍ଲୀ- ଆଜି ରାଜ୍ୟସଭା ସାଂସଦ ଭାବେ ଶପଥ ଗ୍ରହଣ କରିଛନ୍ତି ପ୍ରତାପ ଦେବ । ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି  ମହମ୍ମଦ ହମିଦ୍‌  ଅନ୍‌ସାରୀ ଶ୍ରୀ ଦେବଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି । ସୂଚନାଯୋଗ୍ୟ ଯେ ବିଜେଡି ନେତା ବିଷ୍ଣୁ ଦାସ ରାଜ୍ୟସଭାରୁ ଇସ୍ତଫା ଦେଇ ରାଜ୍ୟ ଯୋଜନା ବୋର୍ଡର  ଉପାଧ୍ୟକ୍ଷ ହେବା ପରେ ସେହି ସ୍ଥାନରେ ରାଜ୍ୟସଭାକୁ ପ୍ରତାପ ଦେବ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିଲେ । ଶପଥ ନେବା ପରେ ପ୍ରତାପ ଦେବ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ଓଡିଶାର ସମସ୍ୟା ଓ ସ୍ୱାର୍ଥ କଥା ଦିଲ୍ଲୀରେ ଉଠାଇବି । ରାଜ୍ୟରେ ଭିତ୍ତିଭୂମିର ବିକାଶ ନେଇ ଚେଷ୍ଟା କରିବି । ମୋତେ ଯେଉଁ ଦାୟିତ୍ୱ ଦିଆଯାଇଛି ତାକୁ ସୁଚାରୁରୂପେ ସଂପନ୍ନ କରିବି।

LEAVE A REPLY

Please enter your comment!
Please enter your name here