ଭୁବନେଶ୍ୱର : ଓଏଏସ୍ ସ୍ତରରେ ଅଦଳବଦଳ ଏ ନେଇ ରାଜସ୍ବ ବିଭାଗ ପକ୍ଷରୁ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ ପାଇଛି। ମନୋରଞ୍ଜନ ସାହୁଙ୍କୁ ନୟାଗଡ଼ ତହସିଲଦାର I ନୟାଗଡ଼ ଜିଲା ଦଶପଲ୍ଲାର ତହସିଲଦାର ଭାବେ କାର୍ଯ୍ୟ କରୁଥିବା ଇତିଶ୍ରୀ ନାୟକଙ୍କୁ ପୁରୀ ଉପଜିଲାପାଳ ଭାବେ ନିଯୁକ୍ତି ଦିଆଯାଇଛି I ସେହିପରି ସମ୍ବଲପୁର ତହସିଲଦାର ଭାବେ କାର୍ଯ୍ୟ କରୁଥିବା ଦେବେନ୍ଦ୍ର କୁମାର ନନ୍ଦଙ୍କୁ ଭଟ୍ଲିର ତହସିଲଦାର ଭାବେ ନିଯୁକ୍ତି ଦିଆଯାଇଛି। ଧର୍ମଗଡ଼ରେ ବିଡିଓ ଥିବା ତନ୍ମୟ କୁମାର ଦରଓ୍ବାନଙ୍କୁ ସେହିଠାରେ ତହସିଲଦାର ଭାବେ ନୂତନ ନିଯୁକ୍ତି ମିଳିଛି। ଆରତି ଭୋଇଙ୍କୁ ବରଗଡ଼ ଉପଜିଲାପାଳ ଭାବେ ନିଯୁକ୍ତି ଦିଆଯାଇଛି।ସିଦ୍ଧାନ୍ତ ଶଙ୍କର ସାହୁଙ୍କୁ ପୂର୍ବପରି କଣ୍ଟପଡା ତହସିଲଦାର ଭାବେ କାର୍ଯ୍ୟ କରିବାକୁ କୁହାଯାଇଛି। ଅପରପକ୍ଷରେ କଣ୍ଟପଡ଼ାର ବିଡିଓଭାବେ କାମ କରୁଥିବା ଅବନୀ କୁମାର ସାହୁଙ୍କୁ ଗଞ୍ଜାମ ତହସିଲଦାର, ଆକସ୍ମିତା କାର୍ତ୍ତିକଙ୍କୁ କଳାହାଣ୍ଡିର ଉପଜିଲାପାଳ ଭାବେ ନିଯୁକ୍ତି ଦିଆଯାଇଛି।ବିଜୟଲକ୍ଷ୍ମୀ ଜେନାଙ୍କୁ ଇଡ୍କୋରେ ଜମିଜମା ସମ୍ବନ୍ଧୀୟ ଅଧିକାରୀଭାବେ ନିଯୁକ୍ତ କରାଯାଇଛି।