Home Uncategorized ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି,ବସ୍ତିବାସିନ୍ଦାଙ୍କୁ ମିଳିବ ଜମି ଅଧିକାର

ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି,ବସ୍ତିବାସିନ୍ଦାଙ୍କୁ ମିଳିବ ଜମି ଅଧିକାର

0

ଭୁବନେଶ୍ୱର: ମଙ୍ଗଳବାରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସଚିବାଳୟରେ ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ଏଥିରେ ବସ୍ତିବାସିନ୍ଦାଙ୍କୁ ସେମାନେ ରହୁଥିବା ଜମିର ପଟ୍ଟା ପ୍ରଦାନ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି ।  କେବଳ ଘର ତିଆରି ପାଇଁ ଏଥିରେ ଜମି ଦିଆଯିବ । ପୌରାଞ୍ଚଳରେ ୩୫୦ ଓ ଏନଏସିରେ ୬୦୦ ବର୍ଗଫୁଟର ଜମି ମିଳିବ । ଏହି ଜମିକୁ ବିକ୍ରି କରିହେବ ନାହିଁ କି ବଦଳ କରାଯାଇ ପାରିବ ନାହିଁ । କେବଳ ଜମିକୁ ବ୍ୟାଙ୍କରେ ବନ୍ଧକ ରଖି  ଗୃହ ଋଣ ନେଇହେବ ।  ସହରାଞ୍ଚଳରେ ଭୂମିହୀନ ବସ୍ତିବାସିନ୍ଦାଙ୍କୁ ଜମି ଓ ଫ୍ଲାଟ୍‌ ଯୋଗାଇ ଦେବା ପାଇଁ ଚିହ୍ନଟ ପ୍ରକ୍ରିୟା ମଧ୍ୟ ସ୍ଥିର ହୋଇଛି । ଜିଲ୍ଲାପାଳଙ୍କ ଅଧ୍ୟକ୍ଷ୍ୟତାରେ ଗଠିତ ଏକ କମିଟି ହିତାଧିକାରୀଙ୍କୁ ଚୟନ କରିବ । ଏହା ସହ ସହରାଞ୍ଚଳରେ ଦାରିଦ୍ର୍ୟ କଲ୍ୟାଣ ପାଣ୍ଠି ନିର୍ମାଣ କରାଯିବା ନେଇ ନିଷ୍ପତ୍ତି ନିଆଯାଇଛି ବୋଲି କ୍ୟାବିନେଟ ବୈଠକ ପରେ ସାମ୍ବାଦିକ ସମ୍ମିଳିନୀରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here