Home Uncategorized ରାଜ୍ୟ କ୍ୟାବିନେଟ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି

ରାଜ୍ୟ କ୍ୟାବିନେଟ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି

0

ଆଜି ମଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସଚିବାଳୟରେ ବସିଥିବା ରାଜ୍ୟ କ୍ୟାବିନେଟ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ଗ୍ରହଣ କରାଯାଇଛି। ବୈଠକରେ ନିଆଯାଇଥିବା ନିଷ୍ପତି ଅନୁଯାୟୀ, ବାରଙ୍ଗ ଅଞ୍ଚଳରେ ଦୈନିକ ୫ଲକ୍ଷ ଲିଟର କ୍ଷମତା ବିଶିଷ୍ଟ ସ୍ୱୟଂକ୍ରିୟ ଡାଏରୀ ବା ଦୁଗ୍ଧ ଉତ୍ପାଦନ କେନ୍ଦ୍ର ପ୍ରତିଷ୍ଠା ହେବ। ଆସିକା ଚିନିକଳକୁ ୧୫ କୋଟି ଟଙ୍କା ଋଣ ଦିଆଯିବ।

ସେହିପରି ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ ମିଳିଛି । ସଂସ୍କୃତି ବିଭାଗର ନାମକୁ ବଦଳାଇ ଏହି ନୂଆ ବିଭାଗ କରାଯାଇଛି। ଓଡ଼ିଶା ଜେଲ୍ ସର୍ଭିସ ରୁଲ୍‌ରେ ସଂଶୋଧନ, ପୌର ନିର୍ବାଚନ ଅଧିନିୟମରେ ସଂଶୋଧନ ଓ ଲୋୟର ଇନ୍ଦ୍ର ଭୂତଳ ପାଇପ ପ୍ରକଳ୍ପ ଟେଣ୍ଡରକୁ ରାଜ୍ୟ କ୍ୟାବିନେଟ୍‌ରେ ମଂଜୁରୀ ମିଳିଛି । ଏହି ଭୂତଳ ପାଇପ ଲାଇନ ଦ୍ୱାରା ୧୩,୮୦୦ ଏକର ଜଳ ସେଚନ ଲକ୍ଷ୍ୟ ରଖାଯାଇଛି।

ଏହା ବ୍ୟତିତ ମୁଖ୍ୟ ଶାସନ ଆଦିତ୍ୟ ପ୍ରସାଦ ପାଢି ସୂଚନା ଦେଇଛନ୍ତି ଯେ, ‘ଗୁପ୍ତ ମତ’ ଜରିଆରେ ଆନାସ୍ଥା ଭୋଟରେ ସଂଶୋଧନ ହେବ। ପୌର ପରିଷଦ ଅନାସ୍ଥାରେ ‘ଖୋଲା ମତଦାନ’ ନେଇ ବ୍ୟବସ୍ଥା କରାଯିବ। ନୂଆପଡ଼ା ଜିଲ୍ଲାର ୯୦୫ ଗାଁକୁ ଫ୍ଲୋରାଇଡ ମୁକ୍ତ ପାଇପ ଜଳ ଯୋଗାଣ ହେବା ନେଇ ଶ୍ରୀ ପାଢି ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here