Home ଓଡିଶା ରାଷ୍ଟ୍ରପତି ନିର୍ବାଚନ ଲାଗି ମତଦାନ ଜାରି, ଭୋଟ୍‌ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ରାଷ୍ଟ୍ରପତି ନିର୍ବାଚନ ଲାଗି ମତଦାନ ଜାରି, ଭୋଟ୍‌ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ରାଷ୍ଟ୍ରପତି ନିର୍ବାଚନ ପାଇଁ ଆଜି ମତଦାନ ଆରମ୍ଭ ହୋଇଛି । ରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀ ରାମନାଥ କୋବିନ୍ଦ ଓ ବିରୋଧୀ ଦଳଙ୍କ ପ୍ରାର୍ଥୀ ମୀରା କୁମାରଙ୍କ ମଧ୍ୟରେ ମୁକାବିଲା ହେଉଛି  । ସବୁ ରାଜ୍ୟର ବିଧାନସଭାରେ ସକାଳ ୧୦ ଟାରୁ ମତଦାନ ଆରମ୍ଭ ହୋଇଛି  । ସଂଧ୍ୟା ୫ଟା ଯାଏଁ ମତଦାନ ଗ୍ରହଣ କରାଯିବ । ରାଷ୍ଟ୍ରପତି ନିର୍ବାଚନ ପାଇଁ ଓଡ଼ିଶା ବିଧାନସଭାରେ ମଧ୍ୟ ମତଦାନ ଆରମ୍ଭ ହୋଇଛି  । ବିଧାନସଭାର ୫୪ନମ୍ବର ପ୍ରକୋଷ୍ଠରେ ମତଦାନ ଜାରି ରହିଛି  । ଆଜି ପ୍ରଥମେ ବିରୋଧୀ ଦଳ ନେତା ନରସିଂହ ମିଶ୍ର  ଭୋଟ୍‌ ଦେଇଥିଲେ  ।  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ମତଦାନ କରିଛନ୍ତି  । ସେହିଭଳି ସଂସଦ ଭବନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଭୋଟ୍ ଦେଇଛନ୍ତି  ।