Home Uncategorized ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଦ୍ୱାରା ଉଦଘାଟିତ ହେଲା ଆଇସିଟି ମୁମ୍ବାଇ-ଇଣ୍ଡିଆନ ଅଏଲ କ୍ୟାମ୍ପସ

ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଦ୍ୱାରା ଉଦଘାଟିତ ହେଲା ଆଇସିଟି ମୁମ୍ବାଇ-ଇଣ୍ଡିଆନ ଅଏଲ କ୍ୟାମ୍ପସ

0

ଭୁବନେଶ୍ୱର : ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଦ୍ୱାରା ଆଜି ଉଦ୍‌ଘାଟିତ ହୋଇଛି ଇନ୍‌ଷ୍ଟିଚ୍ୟୁସନ ଅଫ୍‌ କେମିକାଲ ଟେକ୍ନୋଲୋଜି(ଆଇସିଟି), ମୁମ୍ବାଇ-ଇଣ୍ଡିଆନ୍‌ ଅଏଲ୍‌ କ୍ୟାମ୍ପସ। ଏଥିସହ ଭୁବନେଶ୍ୱରର ମଞ୍ଚେଶ୍ୱରଠାରେ ଥିବା ଦକ୍ଷତା ବିକାଶ ପ୍ରତିଷ୍ଠାନ(ଏସ୍‌ଡିଆଇ)ର ତରାବୋଇରେ ସ୍ଥାୟୀ କ୍ୟାମ୍ପସର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ରାଷ୍ଟ୍ରପତି।

ଆଇସିଟି-ଆଇଓସି କ୍ୟାମ୍ପସରେ ୫ ବର୍ଷିଆ ଇଣ୍ଟିଗ୍ରେଟେଡ୍‌ ଏମ୍‌.ଟେକ୍‌, ଇଣ୍ଡଷ୍ଟ୍ରିଆଲ୍‌ ବ୍ୟକ୍ତିଙ୍କ ଲାଗି ଏକ୍‌ଜିକ୍ୟୁଟିଭ୍‌ ଏମ୍‌.ଟେକ୍‌ ଓ ପିଏଚ୍‌ଡି ପାଠ୍ୟକ୍ରମରେ ଛାତ୍ରଛାତ୍ରୀ ପଢ଼ିପାରିବେ। ହାଇଡ୍ରୋ କାର୍ବନ କ୍ଷେତ୍ରରେ ଦେଶରେ ଏହା ଏପରି ଏକ ଶିକ୍ଷାନୁଷ୍ଠାନ ହେବ, ଯେଉଁଠାରୁ ଆଗାମୀ ୧୦ ବର୍ଷରେ ୫୦ ହଜାର ଯୁବକଙ୍କୁ ପ୍ରଶିକ୍ଷଣ ଦିଆଯିବାକୁ ଲକ୍ଷ୍ୟ ରଖାଯାଇଛି। କେନ୍ଦ୍ର ପେଟ୍ରୋଲିୟମ୍‌ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ୟମରେ ଏହି ଦୁଇ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା ହୋଇଥିବାରୁ ରାଷ୍ଟ୍ରପତି ଶୁଭେଚ୍ଛା ଜଣାଇଥିଲେ।

ଉଦ୍‌ଘାଟନ ଉତ୍ସବରେ ରାଷ୍ଟ୍ରପତିଙ୍କ ସହଧର୍ମିଣୀ ସବିତା କୋବିନ୍ଦ, ରାଜ୍ୟପାଳ ଏସ୍‌.ସି. ଜମିର, କେନ୍ଦ୍ର ମାନବ ସମ୍ବଳ ବିକାଶ ରାଷ୍ଟ୍ରମନ୍ତ୍ରୀ ସତ୍ୟପାଲ ସିଂ, ଆଇଆଇଟି ବୋର୍ଡ ଅଫ୍‌ ଗଭର୍ନର୍ସ୍‌ର ପଙ୍କଜ ରମଣ ଭାଇ ପଟେଲ, ନିର୍ଦେଶକ ପ୍ରଫେସର ଆର.ଭି. ରାଜା କୁମାରଙ୍କ ସମେତ ଇଣ୍ଡିଆନ୍‌ ଅଏଲ୍‌ର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here