Home ଦେଶ ବିଦେଶ ରାହୁଲଙ୍କୁ ସମାଲୋଚନା କଲେ ଅରୁଣ ଜେଟଲି

ରାହୁଲଙ୍କୁ ସମାଲୋଚନା କଲେ ଅରୁଣ ଜେଟଲି

0
(ନୂଆଦିଲ୍ଲୀ) ମୋଦୀଙ୍କୁ ଅପଶବ୍ଦ ବ୍ୟବହାର କରିଥିବାରୁ ରାହୁଲା ଗାନ୍ଧିଙ୍କୁ କଡା ସମାଲୋଚନା କରିଛନ୍ତି ଅରୁଣ ଜେଟଲି । ସେ କହିଛନ୍ତି ଯେ, ସାର୍ବଜନୀନ ଜୀବନରେ ମତ ପ୍ରକାଶ କୌଣସି ଲାପ୍ଟର ଚ୍ୟାଲେଞ୍ଜ ନୁହେଁ ଯେ, ଜଣେ କାହାକୁ ମଧ୍ୟ ଆଲିଙ୍ଗନ କରିବ, ଅଖି ମାରିବ ଓ ଲଗାତାର ଭୁଲ ବୟାନ ଦେବ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଗଣତନ୍ତ୍ରରେ ସମାଲୋଚନା କରିବାର ଅଧିକାର ରହିଛି । ତେବେ ଏହି ଶବ୍ଦ ଚୟନ ବେଳେ ବୁଦ୍ଧିମତା ନଜର ଆସିବା ଉଚିତ୍ । କେନ୍ଦ୍ର ସରକାରଙ୍କ ଉପରେ ଦୁର୍ନିତି ଆରୋପ ଲଗାଇବା କଂଗ୍ରେସର ଏକ ସୂଚିନ୍ତିତ ଶଡଯନ୍ତ୍ର । ସେହିପରି ଜେଟଲି କହିଛନ୍ତି ଯେ, ଟ୍ୱିଟ କରି ରାହୁଲ ଫ୍ରନ୍ସରେ ବଡ ଧମାକା ହେବା କହିବା ଓ ପୂର୍ବତନ ଫ୍ରାନ୍ସ ରାଷ୍ଟ୍ରପତି ଓଲାନ୍ଦେଙ୍କ ବୟାନ ଆସିବା ଶଡଯନ୍ତ୍ର ଆଡକୁ ଇଶାରା ଦେଉଛି । ତେବେ ଫ୍ରାନ୍ସ ରାଷ୍ଟ୍ରପତି ଭାରତର ପ୍ରଧାନମନ୍ତ୍ରୀଙ୍କୁ ଚୋର କହିବା ପ୍ରସଙ୍ଗରେ ମୋଦୀ ଜବାବ ଦେବା ଉଚିତ୍ ବୋଲି ରାହୁଲ କହିଥିଲେ ଯାହାର ଯବାବ ଦେଇଛନ୍ତି ରାହୁଲ ।