Home ଦେଶ ବିଦେଶ ରାହୁଲଙ୍କ ଗୋତ୍ର କ’ଣ ?

ରାହୁଲଙ୍କ ଗୋତ୍ର କ’ଣ ?

0
ଭୁବନେଶ୍ୱର: କଂଗ୍ରେସ ବାରମ୍ବାର ସରକାରଙ୍କୁ ଟାର୍ଗେଟ କରୁଥବାବେଳେ, ରାହୁଲଙ୍କ ଗୋତ୍ର କ’ଣ ବୋଲି ପ୍ରଶ୍ନ କରିଛି ବିଜେପି । ସୂଚନା ଅନୁଯାଇ ମଧ୍ୟପ୍ରଦେଶର ଉଜୟନଠାରେ ଥିବା ମହାକାଳେଶ୍ୱର ମନ୍ଦିର ଯାଇଥିଲେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ମହାକାଳେଶ୍ୱର ମନ୍ଦିର ଗସ୍ତକୁ ନେଇ ବିଜେପିର ମୁଖପାତ୍ର ସମ୍ବିତ୍ ପାତ୍ର ଟାର୍ଗେଟ କରି କହିଛନ୍ତି, ରାହୁଲ ଯଦି କାନ୍ଧରେ ପଇତା ପକାଉଛନ୍ତି ତାହେଲେ ତାଙ୍କ ଗୋତ୍ର କଣ? ଏବଂ ସେ କେଉଁ ଧରଣର ପଇତା ପିନ୍ଧୁଛନ୍ତି ବୋଲି ସମ୍ବିତ ପ୍ରଶ୍ନ କରିଛନ୍ତି । ଗତ ନଭେମ୍ବର ମାସରୁ ରାହୁଲ ଗାନ୍ଧୀ ନିଜକୁ ଜଣେ ଶିବ ଭକ୍ତ ବୋଲି ପରିଚୟ ଦେଇ ଆସୁଛନ୍ତି । ବିଜେପି ଏହା ମଧ୍ୟ ଅନେକ ଥର କହିସାରିଛି ରାଜନୀତିରେ ଜିତିବା ପାଇଁ ରାହୁଲ ଗାନ୍ଧୀ ଶିବଙ୍କ ଆରଧନା କରୁଛନ୍ତି । ବିଜେପି ମୁଖପାତ୍ର ସମ୍ବିତ ପାତ୍ରଙ୍କ ଏପରି ପ୍ରଶ୍ନରେ କଂଗ୍ରେସ କୌଣସି ମନ୍ତବ୍ୟ ରଖିନାହିଁ ।