Home ଅପରାଧ ରେଭେନ୍ସାରେ ଛାତ୍ରଙ୍କୁ ନିର୍ଯାତନା ଘଟଣାରେ ଜଣେ ଗିରଫ

ରେଭେନ୍ସାରେ ଛାତ୍ରଙ୍କୁ ନିର୍ଯାତନା ଘଟଣାରେ ଜଣେ ଗିରଫ

0

କଟକ: ରେଭେନ୍ସା ବିଶ୍ୱବିଦ୍ୟାଳୟ ପରିସରରେ ଥିବା ଲଳିତଗିରି ହଷ୍ଟେଲ ସାମ୍ନାରେ ଜଣେ ଛାତ୍ରଙ୍କୁ ସିନିୟର ଛାତ୍ରମାନେ ଅତି ଅମାନବୀୟ ଭାବେ ଆଣ୍ଠେଇ ଦେଇ ଗୋଇଠା ମାରିବା ଘଟଣାରେ ଆଜି ମାଲଗୋଦାମ ପୋଲିସ୍‌ ଜଣକୁ ଗିରଫ କରିଛି । ଗିରଫ ଛାତ୍ର ଜଣକ ରେଭେନ୍ସାର ଯୁକ୍ତ ତିନି ଦ୍ୱିତୀୟ ବର୍ଷର ଛାତ୍ର । ସେ ଲଳିତଗିରି ହଷ୍ଟେଲରେ ରହୁଥିଲେ । ଅନ୍ୟ ୯ ଜଣଙ୍କୁ ଗିରଫ ପାଇଁ ତନାଘନା ଜାରି ରହିଛି ବୋଲି କଟକ ଡିସିପି ଅଖିଳେଶ୍ୱର ସିଂ ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here