Home Uncategorized ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଛାତ୍ରୀଙ୍କୁ ନିର୍ଯାତନା ଅଭିଯୋଗ, ପ୍ରଫେସର ନିଲମ୍ବିତ

ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଛାତ୍ରୀଙ୍କୁ ନିର୍ଯାତନା ଅଭିଯୋଗ, ପ୍ରଫେସର ନିଲମ୍ବିତ

0

ଭୁବନେଶ୍ୱର: କଟକସ୍ଥିତ ଐତିହାସିକ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଜଣେ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଛି । ଛାତ୍ରୀଙ୍କୁ ନିର୍ଯାତନା ଦେଇଥିବା ଅଭିଯୋଗରେ ରେଭେନ୍ସା ବିଶ୍ୱବିଦ୍ୟାଳୟର ରସାୟନ ବିଭାଗର ସହକାରୀ ପ୍ରାଧ୍ୟାପକ ଡ.ଅଲେଖ ସୂତାରଙ୍କୁ କୁଳପତି ପ୍ରକାଶ ଚନ୍ଦ୍ର ଷଡଙ୍ଗୀ ନିଲମ୍ବନ କରିଛନ୍ତି । ଏନେଇ ସଂପୃକ୍ତ ଛାତ୍ରୀ ଜଣକ କୁଳପତିଙ୍କ ନିକଟରେ ଲିଖିତ ଅଭିଯୋଗ କରିବା ପରେ କୁଳପତି ତତ୍‌କ୍ଷଣାତ ପଦକ୍ଷେପ ଗ୍ରହଣ କରିଥିଲେ । ଏ ସମ୍ପର୍କରେ ରେଭେନ୍ସା କର୍ତ୍ତୃପକ୍ଷଙ୍କ ପକ୍ଷରୁ ପ୍ରଫେସର ଅଲେଖଙ୍କୁ କାରଣ ଦର୍ଶାଇବା ପାଇଁ ନୋଟିସ ଜାରି କରାଯାଇଛି ।
ଘଟଣା ସମ୍ପର୍କରେ କୁଳପତି କହିଛନ୍ତି ଯେ, ରେଭେନ୍ସା ଶୃଙ୍ଖଳା କମିଟି ଘଟଣାର ତଦନ୍ତ କରୁଛି । ତଦନ୍ତ ରିପୋର୍ଟ ଆସିବା ପରେ ପରବର୍ତ୍ତୀ  କାର୍ଯ୍ୟାନୁଷ୍ଠାନ ନିଆଯିବ ।

LEAVE A REPLY

Please enter your comment!
Please enter your name here