Home ବାଣିଜ୍ୟ ଲଗାତାର ଦ୍ୱିତୀୟ ଦିନ ବଢିଲା ତେଲଦର

ଲଗାତାର ଦ୍ୱିତୀୟ ଦିନ ବଢିଲା ତେଲଦର

ନୂଆଦିଲ୍ଲୀ: ପ୍ରାୟ ଗୋଟିଏ ମାସରୁ ଅଧିକ ସମୟ ହେବ ପେଟ୍ରୋଲ ଓ ଡିଜେଲ୍ ଦର ଉପରେ ଲଗାମ୍ ଲାଗିବା ପରେ ଏବେ ଲଗାତାର ଦୁଇଦିନ ହେବ ତୈଳଦର ବୃଦ୍ଧି ପାଇଛି । ଶୁକ୍ରବାର ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ପ୍ରାୟ ୧୪ରୁ ୧୫ ପଇସା ବୃଦ୍ଧି ପାଇବା ସହ ୭୫.୭୧ ଟଙ୍କା ପ୍ରତିଲିଟରରେ ବିକ୍ରି ହୋଇଥିଲା । ସେହିଭଳି ମୁମ୍ବାଇରେ ୮୩.୨୪, କୋଲକାତାରେ ୭୮.୫୩ ଓ ଚେନ୍ନାଇରେ ୭୮.୭୨ ଟଙ୍କା ପ୍ରତିଲିଟର ଦରରେ ପେଟ୍ରୋଲ ମିଳିଥିଲା । ସେହିଭଳି ଡିଜେଲ୍ ଦର ୧୬ରୁ ୧୮ ପଇସା ବଢିଛି । ଦିଲ୍ଲୀରେ ଡିଜେଲ୍ ଲିଟର ପିଛା ୬୭.୬୬ ଟଙ୍କାରେ ବିକ୍ରି କରାଯାଇଥିଲା । ସେହିଭଳି ମୁମ୍ବାଇରେ ୭୧.୭୯, କୋଲକାତାରେ ୭୦.୦୫ ଓ ଚେନ୍ନାଇରେ ୭୧.୪୨ ଟଙ୍କା ପ୍ରତିଲିଟରରେ ଡିଜେଲ୍ ମିଳିଥିଲା । ପ୍ରାୟ ୩୬ଦିନର ବ୍ୟବଧାନ ପରେ ଗୁରୁବାର ପ୍ରଥମଥର ପାଇଁ ତୈଳଦର ବୃଦ୍ଧି ପାଇଥିଲା । ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ମହଙ୍ଗା ହେବା ସହ ଏହାର ପ୍ରଭାବ ଭାରତୀୟ ବଜାରରେ ଦେଖିବାକୁ ମିଳିଛି ।