Home ଓଡିଶା ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ବର୍ଷା, ଆହୁରି ୨୪ ଘଣ୍ଟା ବର୍ଷିବ

ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ବର୍ଷା, ଆହୁରି ୨୪ ଘଣ୍ଟା ବର୍ଷିବ

ଭୁବନେଶ୍ୱର: ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ରମେ ଅବପାତର ରୂପ ନେଇଛି । ଲଘୁଚାପ ପ୍ରଭାବରେ ରାଜ୍ୟ ତମାମ ଆହୁରି ୨୪ ଘଣ୍ଟା ବର୍ଷା ଲାଗିରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରରୁ ପ୍ରକାଶ ପାଇଛି । ଏହାର ପ୍ରଭାବରେ ଆଭ୍ୟନ୍ତରୀଣ ଓ ଉତ୍ତର ଓଡିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ମୟୁରଭଞ୍ଜ, ବାଲେଶ୍ୱର, ଅନୁଗୁଳ,ଢେଙ୍କାନାଳରେ ବର୍ଷା ସମ୍ଭାବନା ରହିଛି । ଏବେ ସୁଦ୍ଧା ସ୍ୱାଭାବିକଠାରୁ ୧୦% ଅଧିକ ବର୍ଷା ହୋଇଛି । ନବରଙ୍ଗପୁରରେ ସର୍ବାଧିକ ୧୯୮.୫ ମିମି ବର୍ଷା ହୋଇଛି । ଅବପାତର ରୂପ ନେଇଥିବା ଲଘୁଚାପ ଯୋଗୁ ରାଜ୍ୟ ତମାମ ଆହୁରି ୨୪ ଘଣ୍ଟା ବର୍ଷା ଲାଗି ରହିବ ।  ସମୁଦ୍ର ଉପକୂଳ ଅଞ୍ଚଳରେ ପ୍ରାୟ ୪୫ରୁ ୬୦ କିମିରେ ପବନ ବୋହିବ । ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀ ସମୁଦ୍ରକୁ ନଯିବା ପାଇଁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି ।