Home Uncategorized ଲାଞ୍ଚ ନେବାବେଳେ କାର୍ଯ୍ୟନିର୍ବାହୀ ଅଧିକାରୀ ଗିରଫ

ଲାଞ୍ଚ ନେବାବେଳେ କାର୍ଯ୍ୟନିର୍ବାହୀ ଅଧିକାରୀ ଗିରଫ

ଭଦ୍ରକ: ଲାଞ୍ଚ ନେବାବେଳେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଭଦ୍ରକ ବ୍ଲକ ବନ୍ଧଗାଁ ଗ୍ରାମପଞ୍ଚାୟତ ନିର୍ବାହୀ ଅଧିକାରୀ ଧ୍ରୁବ ଚରଣ ଦାସ । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବାବଦରେ ଜଣେ ହିତାଧିକାରୀଙ୍କଠାରୁ ସେ ୨ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ପୂର୍ବ ଯୋଜନା ମୁତାବକ ଭିଜିଲାନ୍ସ ଅଧିକାରୀମାନେ ସେହି ସମୟରେ ତାଙ୍କୁ ଧରିଥିଲେ । ପରେ ପଞ୍ଚାୟତ ଅଧିକାରୀ ଦାସଙ୍କୁ ଭିଜିଲାନ୍ସ ପକ୍ଷରୁ ଗିରଫ କରି ନିଆଯାଇଥିଲା ।