Home ଓଡିଶା ଲୋକସଭାରେ ବୈଜୟନ୍ତଙ୍କୁ ଅଲଗା ବସାଇବା ପାଇଁ ବିଜେଡ଼ିର ଚିଠି

ଲୋକସଭାରେ ବୈଜୟନ୍ତଙ୍କୁ ଅଲଗା ବସାଇବା ପାଇଁ ବିଜେଡ଼ିର ଚିଠି

ଭୁବନେଶ୍ୱର  : ପୁଣି କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ପାଇଁ ଅଡୁଆ ବଢିପାରେ। ଦଳରୁ ନିଲମ୍ବିତ ହୋଇଥିବା ବୈଜୟନ୍ତଙ୍କୁ ଲୋକସଭାରେ ବିଜେଡି ପାଇଁ ଉର୍ଦ୍ଦିଷ୍ଟ ସିଟ୍ ଛାଡି ଅନ୍ୟ ସ୍ଥାନରେ ସିଟ୍ ଦେବା ଲାଗି ବିଜେଡି ସଂସଦୀୟ ଦଳ ନେତା ଭର୍ତୃହରି ମହତାବ ବାଚସ୍ପତି ସୁମିତ୍ରା ମହାଜନଙ୍କୁ ଚିଠି ଲେଖି ଜଣାଇଛନ୍ତି I  ଏହା ସହିତ ଗୃହ ବ୍ୟାପାର ସ୍ଥାୟୀ କମିଟିରୁ ତାଙ୍କ ସଦସ୍ୟତା ଶେଷ କରିବାକୁ ଦଳ ପକ୍ଷରୁ ଅନୁରୋଧ କରାଯାଇଛି । ସେ ଉଲ୍ଲେଖ କରିଛନ୍ତି ଯେ ସାଂସଦ ଶ୍ରୀ ପଣ୍ଡାଙ୍କୁ ଦଳପକ୍ଷରୁ ଗତ ଜାନୁୟାରୀ ୨୪ରେ ନିଳମ୍ବିତ କରାଯାଇଛି । ଏହି ପରିପ୍ରେକ୍ଷୀରେ ଲୋକସଭାରେ ବିଜୁ ଜନତା ଦଳ ପାଇଁ ଥିବା ସ୍ଥାନ ଠାରୁ ଅଲଗା ସ୍ଥାନରେ ବସିବାକୁ ଦିଆଯାଉ । ଏହାଛଡ଼ା ସେ ବିଜେଡ଼ି ଦଳ ତରଫରୁ ଗୃହ ବିଭାଗୀୟ ସ୍ଥାୟୀ କମିଟିର ସଦସ୍ୟଅଛନ୍ତି । କିନ୍ତୁ ସେ ଦଳରୁ ନିଳମ୍ବିତ ହେବା ପରେ ତାଙ୍କ ସ୍ଥାନରେ ଆଉ ଜଣେ ସଦସ୍ୟଙ୍କୁ ପଠାଇବାକୁ ଦଳ ଇଚ୍ଛୁକ ଅଛି । ଏଣୁ କମିଟିରୁ ତାଙ୍କର ସଦସ୍ୟତା ପ୍ରତ୍ୟାହାର କରାଯାଉ ବୋଲି ଶ୍ରୀ ମହତାବ ନିଜ ପତ୍ରରେ ଅନୁରୋଧ କରିଛନ୍ତି ।