Home Uncategorized ଶନିବାର ପ୍ରକାଶ ପାଇବ ସଲ୍‌ମାନ୍‌ଙ୍କ ଜାମିନ ରାୟ

ଶନିବାର ପ୍ରକାଶ ପାଇବ ସଲ୍‌ମାନ୍‌ଙ୍କ ଜାମିନ ରାୟ

0

ଯୋଧପୁର : କୃଷ୍ଣସାର ମୃଗ ଶିକାର ମାମଲାରେ ଯୋଧପୁର କୋର୍ଟ ବଲିଉଡ୍‌ ଅଭିନେତା ସଲ୍‌ମାନ୍‌ ଖାଁଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ତାଙ୍କୁ ୫ ବର୍ଷ ଜେଲ୍‌ ଓ ୧୦ ହଜାର ଟଙ୍କାର ଜରିମାନା ଦଣ୍ଡାଦେଶ କରାଯାଇଛି। ଆବେଦନର ରାୟ ଶନିବାର ପ୍ରକାଶ ପାଇବ ବୋଲି ଶୁକ୍ରବାର ବିଚାରପତି ରବୀନ୍ଦ୍ର କୁମାର ଯୋଶୀ ସୂଚିତ କରିଛନ୍ତି। ଶନିବାର ଜାମିନ ଉପରେ କୌଣସି ବିଚାର ହୋଇ ନ ପାରିଲେ ସଲ୍‌ମାନ୍‌ଙ୍କୁ ସୋମବାର ପର୍ଯ୍ୟନ୍ତ ଜେଲ୍‌ରେ ରହିବାକୁ ପଡିବ।

LEAVE A REPLY

Please enter your comment!
Please enter your name here