Home ଓଡିଶା ଶାସକ ଶାସିତ ରାଜ୍ୟର ଭାଷା ଜାଣିବା ଆବଶ୍ୟକ, ନଚେତ୍‌ ରାଜ୍ୟର ପ୍ରଗତି ହୋଇପାରିବ ନାହିଁ-ବିଶ୍ୱଭୂଷଣ ହରିଚନ୍ଦନ

ଶାସକ ଶାସିତ ରାଜ୍ୟର ଭାଷା ଜାଣିବା ଆବଶ୍ୟକ, ନଚେତ୍‌ ରାଜ୍ୟର ପ୍ରଗତି ହୋଇପାରିବ ନାହିଁ-ବିଶ୍ୱଭୂଷଣ ହରିଚନ୍ଦନ

ଭୁବନେଶ୍ୱର: ଭାଷା ପ୍ରସଙ୍ଗରେ ଆଜି ପୁଣି ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛି ବିଜେପି । ବରିଷ୍ଠ ବିଜେପି ନେତା ବିଶ୍ୱଭୂଷଣ ହରିଚନ୍ଦନ ପ୍ରେସମିଟ କରି ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କରିଛନ୍ତି  । ନବୀନଙ୍କୁ କଟାକ୍ଷ କରି ବିଜେପିର ବରିଷ୍ଠ ନେତା ବିଶ୍ୱଭୂଷଣ କହିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଆ ଜାଣି ନ ଥିବାରୁ ମୁଖ୍ୟମନ୍ତ୍ରୀ ପଦରେ ରହିବାର ତାଙ୍କର ଅଧିକାର ନାହିଁ ।  ମୁଖ୍ୟମନ୍ତ୍ରୀ ମାତୃଭାଷା ନ ଜାଣିବା ଏହା ଓଡ଼ିଆ ଜାତି ପାଇଁ ଲଜ୍ୟା ଓ ଅପମାନର କଥା । ସେ କହିଛନ୍ତି,ରାଜ୍ୟର ଶାସକ ଶାସିତଙ୍କ ଭାଷା ନ ଜାଣିବା ବିସ୍ମୟର କଥା । ଶାସକ ଶାସିତର ଭାଷା ନବୁଝିବା ଏଭଳି ଦୃଷ୍ଟାନ୍ତ ସମଗ୍ର ପୃଥିବୀରେ କେଉଁଠି ବି ନାହିଁ । ଶାସକ ଶାସିତ ରାଜ୍ୟର ଭାଷା ଜାଣିବା ଆବଶ୍ୟକ, ନଚେତ୍‌ ରାଜ୍ୟର ପ୍ରଗତି ହୋଇପାରିବ ନାହିଁ । ସେପଟେ ବିଜେପି ଉପରେ ପାଲଟା ଆକ୍ରମଣ କରିଛନ୍ତି ବରିଷ୍ଠ ମନ୍ତ୍ରୀ ତଥା ବିଜେଡି ଉପସଭାପତି ଦାମୋଦର ରାଉତ । ମନ୍ତ୍ରୀ ଦାମୋଦର ରାଉତ ତାତ୍ସଲ୍ୟ କରି କହିଛନ୍ତି ଯଦି ବିଶ୍ୱଭୂଷଣ ଓଡିଆ ଶିଖିଛନ୍ତି ତେବେ ତାଙ୍କୁ ଓଡିଶାର ଲୋକ କାହିଁକି ତାଙ୍କୁ ମୁଖ୍ୟମନ୍ତ୍ରୀ କରୁନାହାଁନ୍ତି ବୋଲି ପ୍ରଶ୍ନ କରିଛନ୍ତି । ସେ ତ ବିଧାୟକ ହୋଇପାରୁନାହାନ୍ତି । ନବୀନ ଲୋକଙ୍କ ମନଭାଷା ବୁଝିପାରୁଛନ୍ତି ,ଲୋକଙ୍କ ବିଶ୍ୱାସ ରଖିଛନ୍ତି ବୋଲି ୧୭ ବର୍ଷ ହେଲା ଶାସନ କରୁଛନ୍ତି ।