Home Uncategorized ଶିକ୍ଷକଙ୍କ ଆନ୍ଦୋଳନ ପ୍ରସଙ୍ଗ, ୧୫ ଦିନ ସମୟ ମାଗିଲେ ସରକାର

ଶିକ୍ଷକଙ୍କ ଆନ୍ଦୋଳନ ପ୍ରସଙ୍ଗ, ୧୫ ଦିନ ସମୟ ମାଗିଲେ ସରକାର

0

ଭୁବନେଶ୍ୱର: ବିଭିନ୍ନ ଦାବି ନେଇ ଦୁଇ ଶିକ୍ଷକ ସଂଘର ବିକ୍ଷୋଭ ପ୍ରସଙ୍ଗରେ ରାଜ୍ୟ ସରକାର ୧୫ ଦିନ ଭିତରେ ନିଷ୍ପତ୍ତି ନେବା ପାଇଁ ସମୟ ମାଗିବାରୁ ଶିକ୍ଷକ ସଂଘ ବିମୁଖ ହୋଇଛି । ୨ଶିକ୍ଷକ ସଂଗଠନର ଷ୍ଟିୟରିଂ କମିଟି ବୈଠକ ପରେ ଆନ୍ଦୋଳନ ଜାରି ରଖିବାକୁ ନିଷ୍ପତ୍ତି ହୋଇଛି । ସରକାରଙ୍କ ପକ୍ଷରୁ ଲିଖିତ ପ୍ରତିଶ୍ରୁତି ନ ମିଳିବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲୁ ରହିବ ବୋଲି ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ କୁହାଯାଇଛି । ଅପରପକ୍ଷରେ  ଏନେଇ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ଶିକ୍ଷକ ସଂଘ ସହ ସୌହାର୍ଦ୍ଦ୍ୟପୂର୍ଣ୍ଣ ଆଲୋଚନା ହୋଇଛି । ଶିକ୍ଷକଙ୍କ ଦାବି ନେଇ ୨ଟି କମିଟି ଗଠନ କରାଯାଇଛି । ଶିକ୍ଷକଙ୍କ ଦାବି ସମ୍ପର୍କରେ କମିଟି ବିଚାର କରିବ । କମିଟି ନିଷ୍ପତ୍ତି ଆଧାରରେ ପଦକ୍ଷେପ ନିଆଯିବ । ଆନ୍ଦୋଳନରୁ ଓହରିବା ପାଇଁ ଶିିକ୍ଷକଙ୍କୁ ଅନୁରୋଧ କରାଯାଇଛି ।

ଏଠାରେ ପ୍ରକାଶ ଥାଉ କି, ସରକାରଙ୍କ କଡ଼ା ଚେତାବନୀ ପରେ ମଧ୍ୟ ଆଜି ୩ ଦଫା ଦାବି ନେଇ ଆଜି ଆନ୍ଦୋଳନକୁ ଓହ୍ଲାଇଛି ଶିକ୍ଷକ ସଂଘ । ଭୁବନେଶ୍ୱର ଲୋୟର ପିଏମଜିରେ  ୮୦ ହଜାର ଶିକ୍ଷକଙ୍କ ସମାବେଶ ହୋଇଛି । 

 
 
 

LEAVE A REPLY

Please enter your comment!
Please enter your name here