Home ମନୋରଞ୍ଜନ ଶୁଣି ପରୁନଥିବା ‘ନିଷ୍ଠା’ ଏବେ ‘ମିସ୍ ଡେଫ ଏସିଆ’!

ଶୁଣି ପରୁନଥିବା ‘ନିଷ୍ଠା’ ଏବେ ‘ମିସ୍ ଡେଫ ଏସିଆ’!

0
ଭୁବନେଶ୍ୱର: ବାପା ମାଁଙ୍କର ଗେହ୍ଲି ଝିଅ ନିଷ୍ଠା ଜୁଡେଜା । ତାଙ୍କ ଘର ହରିଆଣା, ବୟସ ୨୩ ଆମେ ଯେଉଁ ଝିଅ କଥା ପଢୁଛନ୍ତି ସେ ବର୍ତମାନ ମିସ୍ ଡେଫ ଏସିଆ ଟାଇଟଲ ଜିତିବାରେ ପ୍ରଥମ ଭାରତୀୟ । ୟୁରୋପରେ ଆୟୋଜିତ ଏହି ପ୍ରତିଯୋଗିତାରେ ବିଭିନ୍ନ ଦେଶରୁ ଆସିଥିବା ୨୪ ଜଣ ସୁନ୍ଦରୀଙ୍କୁ ପଛରେ ପକାଇ ଦେଇଛନ୍ତି । ଏହି ଐତିହାସିକ ବଜେତା ପାଇଁ ସାରା ଭାରତ ଗର୍ବିତ, ଲାଗୁଛଇ ସତେ ଯପରି କୋହିନୁର ହୀରା ପରି । ନିଷ୍ଠଙ୍କ ଜନ୍ମ ହରିଆଣାର ପାନିପତ୍ ରେ , ସେ ମୁମ୍ବାଇ ବିଶ୍ୱ ବିଦ୍ୟାଳୟର ଏମଏ ଛାତ୍ରୀ ଏବଂ ସେ ମଧ୍ୟ ଭଲ ଟେନିସ୍ ଖେଳାଳି । ଏହି ସଫଳତା ପାଇ ଡ଼ିଷ୍ଠା ତାଙ୍କ ବାପା ମାଙ୍କୁ ଧନ୍ୟ ବାଦ ଜଣାଇଛି । ଏହି ଟାଇଟେଲ୍ ଜତିବାରେ ଦେଶର ପ୍ରଥମ ମହିଳା ହୋଇଥିବାରୁ ଖୁବ୍ ଖୁସି ଅନୁଭବ କରୁଛନ୍ତି ।