Home ଦେଶ ବିଦେଶ ଶେଷରେ ସେନା ପ୍ରତ୍ୟାହାର ପାଇଁ ରାଜି ହେଲା ଚୀନ୍‌

ଶେଷରେ ସେନା ପ୍ରତ୍ୟାହାର ପାଇଁ ରାଜି ହେଲା ଚୀନ୍‌


ନୂଆଦିଲ୍ଲୀ: ଲଦାଖରେ ଭାରତ-ଚୀନ ମଧ୍ୟରେ ଦେଖା ଦେଇଥିବା ଉତ୍ତେଜନା ସାମାନ୍ୟ କମିଥିବା ଦେଖିବାକୁ ମିଳିଛି। ଗତକାଲି ଦୁଇ ଦେଶର ଜେନେରାଲ ସ୍ତରୀୟ ଆଲୋଚନା ପରେ ଚୀନ ପୂର୍ବ ଲଦାଖର ଉତ୍ତେଜନାପୂର୍ଣ୍ଣ ସ୍ଥାନରୁ ସେନା ପ୍ରତ୍ୟାହାର କରିବା ପାଇଁ ରାଜି ହୋଇଛି।

ସୂଚନାଥାଉ କି, ଏହି ଜାଗାରେ ଚୀନ-ଭାରତୀୟ ସେନା ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟି ୨୦ ଭାରତୀୟ ଯବାନ ସହିଦ ହୋଇଥିଲେ। ଚୀନର ୪୦ ସୈନ୍ୟ ନିହତ ହୋଇଥିଲେ।

ସେହିଦିନଠାରୁ ଦୁଇ ଦେଶ ମଧ୍ୟରେ ସମ୍ପର୍କରେ ତିକ୍ତତା ସୃଷ୍ଟି ହୋଇଥିଲା। ଶାନ୍ତି ଫେରାଇ ଆଣିବା ପାଇଁ ଅଧିକାରୀ ସ୍ତରରେ ଆଲୋଚନା ଚାଲିଥିଲା। ଆଲୋଚନା ସମୟରେ ଭାରତ ପକ୍ଷରୁ ସ୍ପଷ୍ଟ କରି ଦିଆଯାଇଥିଲା ଯେ, LAC ରେ ପୂର୍ବରୁ ସ୍ଥିତି ଯେମିତି ଥିଲା ସେମିତି ରହିବା ଦରକାର। ଏକଥା ମଧ୍ୟ ଭାରତ ସ୍ପଷ୍ଟ କରି ଦେଇଥିଲା ଯେ, ଚୀନ ସୀମାରୁ ତାର ସୈନ୍ୟ ପ୍ରତ୍ୟାହାର କରିବା ପରେ ହିଁ ଯାହା କିଛି ଆଲୋଚନା କରାଯିବ।

ସୋମବାର ଏହି ଅଧିକାରୀ ସ୍ତରୀୟ ଆଲୋଚନରେ ସକାରାତ୍ମକ ଫଳାଫଳ ମିଳିଛି। ଦୀର୍ଘ ୧୨ ଘଣ୍ଟା ଧରି ବୈଠକରେ ଆଲୋଚନା ହୋଇଥିଲା। ଦୁଇ ଦେଶ ମଧ୍ୟରେ ଉତ୍ତେଜନା କମାଇବା ପାଇଁ ସହମତି ପ୍ରକାଶ ପାଇଥିଲା। ଉତ୍ତେଜନାପୂର୍ଣ୍ଣ ସ୍ଥାନରୁ ଦୁଇ ଦେଶ ନିଜ ନିଜର ସେନା ହଟାଇବା ପାଇଁ ରାଜି ହୋଇଛନ୍ତି।

 

ଆହୁରି ପଢ଼ନ୍ତୁ