Home Uncategorized ଶେଷ ପର୍ଯ୍ୟାୟରେ ଶୀତଳ ଷଷ୍ଠୀ ଯାତ୍ରା- ଶୋଭାଯାତ୍ରାରେ ଦୁଲୁକୁଛି ସମ୍ବଲପୁର

ଶେଷ ପର୍ଯ୍ୟାୟରେ ଶୀତଳ ଷଷ୍ଠୀ ଯାତ୍ରା- ଶୋଭାଯାତ୍ରାରେ ଦୁଲୁକୁଛି ସମ୍ବଲପୁର

0

ସମ୍ବଲପୁର- ସମ୍ବଲପୁରର ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରା ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ମହା ଆଳତି ପରେ ଯୁଗଳ ମୂର୍ତ୍ତି ନଗର ପରିକ୍ରମାରେ ବାହାରିଛନ୍ତି । ରାତିରେ ଏଥିପାଇଁ ମନ୍ଦିରଗୁଡ଼ିକରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ହୋଇଥିଲା । ପରେ ଯୁଗଳ ମୂର୍ତ୍ତି ନଗର ପରିକ୍ରମା କରିଥିଲେ । କିଛି ସମୟ ବିରତି ନେବା ପରେ ପୁଣି ଆଜି ସକାଳ ସାଢେ୯ଟାରୁ ଦେବ ଦମ୍ପତ୍ତି ନଗର ପରିକ୍ରମା ଆରମ୍ଭ କରିଛନ୍ତି । ବାଜା, ବାଣ ରୋଷଣିରେ ସମ୍ବଲପୁର ସହର କମ୍ପୁଛି । ଆଜି ୨୦ରୁ ୨୫ଟି ମେଢ ସହର ପରିକ୍ରମା କରିବ । ଦେବ ଦମ୍ପତିଙ୍କୁ ଦେଖିବା ପାଇଁ ରାଜରାସ୍ତାରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି । ଶିବ-ପାର୍ବତୀଙ୍କ ଦର୍ଶନାର୍ଥେ ସମ୍ବଲପୁରକୁ ରାଜ୍ୟ ବାହାରୁ ଓ ଗ୍ରାମାଞ୍ଚଳରୁ ହଜାର ହଜାର ଲୋକ ଆସିଛନ୍ତି । ଦେବ ଦମ୍ପତିଙ୍କୁ ଦର୍ଶନ କଲେ ମୋକ୍ଷ ପ୍ରାପ୍ତି ହୋଇଥାଏ ବୋଲି ସାଧାରଣରେ ବିଶ୍ୱାସ ରହିଛି । ଏହି ଶୋଭାଯାତ୍ରାରେ ରାଜ୍ୟ ଓ ରାଜ୍ୟ ବାହାରରୁ ୧୦ହଜାର କଳାକାର ଯୋଗ ଦେଇଛନ୍ତି । ଶୋଭାଯାତ୍ରାରେ ଓଡିଶାର ବାଘଷଣ୍ଢ ନାଚ, ଘୁମୁରା,ଚଇତିଘୋଡା ଆଦି ପାରମ୍ପରିକ ନୃତ୍ୟ ସହ ପଞ୍ଜାବର ଭାଙ୍ଗଡା, ଆସାମର ବିହୁ ଆଦି ନୃତ୍ୟ କଳାକାରମାନେ ପରିବେଷଣ କରିଛନ୍ତି ।

LEAVE A REPLY

Please enter your comment!
Please enter your name here