Home Uncategorized ଶ୍ରମିକଙ୍କ ସହାୟତା ପାଇଁ ଇ-ପୋର୍ଟାଲର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଶ୍ରମିକଙ୍କ ସହାୟତା ପାଇଁ ଇ-ପୋର୍ଟାଲର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

0

ଭୁବନେଶ୍ୱର : ଭୁବନେଶ୍ୱର ପ୍ରଦର୍ଶନୀ ପଡିଆରେ ନିର୍ମାଣ ଶ୍ରମିକ ସେବା ସପ୍ତାହର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି। ତେବେ ଶ୍ରମିକମାନଙ୍କ କଲ୍ୟାଣ କ୍ଷେତ୍ରରେ ଓଡ଼ିଶା ଏକ ଆଦର୍ଶ ରାଜ୍ୟ ବୋଲି କହିବା ସହ ବର୍ତ୍ତମାନସୁଦ୍ଧା ୨୨ ଲକ୍ଷରୁ ଅଧିକ ଶ୍ରମିକ ପଞ୍ଜୀକୃତ ହୋଇଥିବା ବେଳେ ୧୧ ଲକ୍ଷରୁ ଅଧିକ ଶ୍ରମିକ ଏବଂ ସେମାନଙ୍କ ପରିବାରକୁ ୮ଶହ କୋଟିର ସହାୟତା ଦିଆଯାଇଛି। ୮ହଜାର ପରିବାରକୁ ଘର ଯୋଗାଇ ଦିଆଯାଇଛି। ଏପରିକି ଅଧିକରୁ ଅଧିକ ଶ୍ରମିକ ଯେପରି ସୁବିଧାରେ ଘର ପାଇପାରିବେ, ସେଥିପାଇଁ ବିଭିନ୍ନ ଯୋଗ୍ୟତା ନିୟମାବଳୀକୁ କମାଇ ଦିଆଯାଇଛି ବୋଲି ସେ କହିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରମିକଙ୍କ ସୁବିଧା ନିମନ୍ତେ ୨ଟି ପୋର୍ଟାଲ ଉନ୍ମୋଚନ କରିଥିଲେ। ଏହାଦ୍ୱାରା ଶ୍ରମିକମାନେ ନିଜ ଘରେ ବସି ସୁବିଧାରେ ପଞ୍ଜୀକରଣ କରିପାରିବେ। ଫଳରେ ସେମାନଙ୍କ ପିଲାମାନଙ୍କୁ ଉଚ୍ଚଶିକ୍ଷା ନିମନ୍ତେ ସୁବିଧା ମିଳିପାରିବ। ଏହାଛଡା ମୁଖ୍ୟମନ୍ତ୍ରୀ ହିତାଧିକାରୀମାନଙ୍କୁ ବିଭିନ୍ନ ସହାୟତା ବଣ୍ଟନ କରି ଏକ ସଚେତନତା ରଥଯାତ୍ରାକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଜିଲାର ୭ ହଜାର ଶ୍ରମିକ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ, ପର୍ଯ୍ୟଟନ ତଥା ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଅଶୋକ ପଣ୍ଡା, ଏମ୍‌ପି ପ୍ରସନ୍ନ ପାଟ୍ଟଶାଣୀ, ବିଧାୟକ ବିଜୟ ମହାନ୍ତି, ପ୍ରିୟଦର୍ଶୀ ମିଶ୍ର, ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ଅଧ୍ୟକ୍ଷ ସୁବାସ ସିଂ, ଭୁବନେଶ୍ୱର ମେୟର ଅନନ୍ତ ନାରାୟଣ ଜେନା ଓ ବିଭାଗୀୟ ପ୍ରମୁଖ ସଚିବ ଅନୁ ଗର୍ଗ ପ୍ରମୁଖ ଯୋଗ ଦେଇଥିଲେ।

LEAVE A REPLY

Please enter your comment!
Please enter your name here