Home Uncategorized ଶ୍ରମ ଶକ୍ତି ଦେଶର ସବୁଠୁ ବଡ ସମ୍ପତ୍ତି: ମୁଖ୍ୟମନ୍ତ୍ରୀ

ଶ୍ରମ ଶକ୍ତି ଦେଶର ସବୁଠୁ ବଡ ସମ୍ପତ୍ତି: ମୁଖ୍ୟମନ୍ତ୍ରୀ

0
ଭୁବନେଶ୍ୱର: ଶ୍ରମ ଶକ୍ତି ଦେଶର ସବୁଠୁ ବଡ ସମ୍ପତ୍ତି ।  ବିଜୁ ଜନତା ଦଳ ଶ୍ରମିକମାନଙ୍କୁ ସମ୍ମାନ କରେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରବିବାର ରାଜଧାନୀସ୍ଥିତ ୟୁନିଟ-୬ ପାଣିଟାଙ୍କି ପଡିଆଠାରେ ଆୟୋଜିତ ବିଜୁ ସାମୁଖ୍ୟ ସମ୍ମିଳନୀରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସବୁ ଶ୍ରମିକମାନଙ୍କୁ ସୋସିଆଲ ସିକ୍ୟୁରିଟି ସ୍କିମ୍‌ରେ ସାମିଲ କରାଯିବ । ଏହା ସହ ସମସ୍ତ ଅଣ ସଂଗଠିତ ଶ୍ରମିକମାନଙ୍କୁ ପରିଚୟପତ୍ର ପ୍ରଦାନ କରାଯିବ । ଆଗାମୀ ଦିନରେ ସେମାନଙ୍କ ଜୀବନଧାରଣର ମାନରେ ଉନ୍ନତି ପାଇଁ ସରକାର ବହୁ ପଦକ୍ଷେପ ନେବେ ବୋଲି ନବୀନ କହିଛନ୍ତି । ସବୁବେଳେ ଶ୍ରମିକଙ୍କ ସୁବିଧା ଓ ଅସୁବିଧାରେ ସରକାର ଅଛନ୍ତି ବୋଲି ନବୀନ କହିଛନ୍ତି । ଏଥିରେ ୫ହଜାର ଶ୍ରମିକ ସାମୁଖ୍ୟ ଯୋଗ ଦେଇଥିଲେ ।