Home Uncategorized ଶ୍ରୀଜିଉଙ୍କ ନବଯୌବନ ଦର୍ଶନ ଆରମ୍ଭ, ବର୍ଷାରେ ଭିଜିଭିଜି ଭକ୍ତ କରୁଛନ୍ତି ମହାପ୍ରଭୁଙ୍କ ଦର୍ଶନ

ଶ୍ରୀଜିଉଙ୍କ ନବଯୌବନ ଦର୍ଶନ ଆରମ୍ଭ, ବର୍ଷାରେ ଭିଜିଭିଜି ଭକ୍ତ କରୁଛନ୍ତି ମହାପ୍ରଭୁଙ୍କ ଦର୍ଶନ

0

ପୁରୀ- ମହାପ୍ରଭୁଙ୍କ ନବଯୌବନ ଦର୍ଶନ ଆରମ୍ଭ ହୋଇଛି । ଶ୍ରୀଜିଉଙ୍କ ନବଯୌବନ ପ୍ରାପ୍ତି ପରେ ଏହି ଦର୍ଶନ ଆରମ୍ଭ ହୋଇଛି । ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଦକ୍ଷିଣ ଦ୍ୱାର ଖୋଲାଯାଇଛି ।  ପୁରୀରେ ଝିପିଝିପି ବର୍ଷା ସତ୍ତ୍ୱେ ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ଲକ୍ଷାଧିକ ଭକ୍ତ ଏକତ୍ରିତ ହୋଇଛନ୍ତି।  ପ୍ରଥମେ ପରିମାଣିକ ଟିକେଟଧାରୀଙ୍କୁ ସୁଯୋଗ ମିଳିଛି । ଦର୍ଶନସାରି ଉତ୍ତର ଓ ପଶ୍ଚିମ ଦ୍ୱାର ଦେଇ ଫେରିବେ ଭକ୍ତ । ଆଉ ଘଣ୍ଟାଏ ପରେ ସର୍ବସାଧାରଣ ଦର୍ଶନ ହେବ ।

୧୪ ଦିନ ଅଣସର ଘରେ ରହିବା ପରେ ମହାପ୍ରଭୁଙ୍କ ଦର୍ଶନ ପାଇଛନ୍ତି ଶ୍ରଦ୍ଧାଳୁ । ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ୩୦ ପ୍ଲାଟୁନ୍‌ ଫୋର୍ସ ମୁତୟନ ହୋଇଛି । ଆସନ୍ତାକାଲି ରଥଯାତ୍ରା ପାଇଁ ସମସ୍ତ ପ୍ରସ୍ତୁତି ସରିଛି ।

LEAVE A REPLY

Please enter your comment!
Please enter your name here