Home Uncategorized ଶ୍ରୀଜିଉଙ୍କ ବାହୁଡ଼ା ଯାତ୍ରା: ଆରମ୍ଭ ହେଲା ରଥଟଣା

ଶ୍ରୀଜିଉଙ୍କ ବାହୁଡ଼ା ଯାତ୍ରା: ଆରମ୍ଭ ହେଲା ରଥଟଣା

0

ପୁରୀ- ଆଜି ଶ୍ରୀଜିଉଙ୍କ ପବିତ୍ର ବାହୁଡାଯାତ୍ରା । ଧାଡି ପହଣ୍ଡି ପରେ ଚତୁର୍ଦ୍ଧା ମୂର୍ତ୍ତି ରଥାରୁଢ ହେବା ପରେ  ଗଜପତି ମହରାଜ ଛେରାପହଁରା କରିଥିଲେ । ଏହାପରେ ରଥଟଣା ଆରମ୍ଭ ହୋଇଛି ।  ଅପରାହ୍ଣ ୨ଟା ୮ ମିନିଟରେ ବଡ଼ଠାକୁରଙ୍କ ତାଳଧ୍ୱଜ ରଥ ଟଣା ଆରମ୍ଭ ହୋଇଥିଲା । ୨ଟା ୪୦ରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଟଣା ଆରମ୍ଭ ହୋଇଛି ।  ଏହାପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଟଣା ଆରମ୍ଭ ହୋଇଥିଲା ।   ନିର୍ଦ୍ଧାରିତ ସମୟର ଏକ ଘଣ୍ଟା ପୂର୍ବରୁ ରଥଟଣା ଆରମ୍ଭ ହୋଇଛି । ରଥଟାଣିବା ପାଇଁ ଭକ୍ତଙ୍କ ମଧ୍ୟରେ ଉତ୍ସାହ ଓ ଉତ୍କଣ୍ଠା ଦେଖାଯାଇଛି ।

LEAVE A REPLY

Please enter your comment!
Please enter your name here