Home ଦେଶ ବିଦେଶ ଶ୍ରୀନଗର: ହିମସ୍ଖଳନରେ ୩ ଯବାନ ମୃତ

ଶ୍ରୀନଗର: ହିମସ୍ଖଳନରେ ୩ ଯବାନ ମୃତ

0

ଶ୍ରୀନଗର: ଜାମ୍ମୁ ଓ କାଶ୍ମୀରର ଉତ୍ତର ଇଲାକାର କୁପଓ୍ଵାଡା ଜିଲ୍ଲାରେ ପ୍ରବଳ ତୁଷାରପାତ ଯୋଗୁଁ ହିମସ୍ଖଳନ ହୋଇଛି ।  ମାଛିଲ ସେକ୍ଟର ସ୍ଥିତ ଆର୍ମି ପୋଷ୍ଟ ଏହି ହିମସ୍ଖଳନ ତଳେ ଦବି ଯାଇଛି । ଏହି କାରଣରୁ ୩ ଜଣ ଯବାନଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଯବାନ ଆହତ ହୋଇଛନ୍ତି ।

ସେନାର  ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ନିୟନ୍ତ୍ରଣ ରେଖା ନିକଟରେ ମାଛିଲ ସେକ୍ଟରରେ ସୋନା ପାଣ୍ଡି ଗଲିରେ ସନ୍ଧ୍ୟା ପ୍ରାୟ ସାଢ଼େ ୪ଟାରେ ହିମସ୍ଖଳନ ହୋଇଥିଲା । ଏହି କାରଣରୁ ସେଠାରେ ସ୍ଥିତ ସେନାର ପୋଷ୍ଟ ୨୧ ରାଜପୁତ ଉପରେ ବରଫ ଅତଡ଼ା ଧସି ଥିଲା । ଏହାର ତଳେ ୪ ଜଣ ଯବାନ ଦବି ଯାଇଥିଲେ । ତୁରନ୍ତ ରେସକ୍ୟୁ ଅପରେସନ ଆରମ୍ଭ କରାଯାଇଥିଲା ଏବଂ ଶୀଘ୍ର ଯବାନଙ୍କୁ ବରଫ ତଳେ ଦବି ରହିଥିବାର ପାଇଥିଲୁ ।  ସେ କହିଛନ୍ତି, ଘଟଣାସ୍ଥଳରେ ହିଁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆର୍ମିର ଶ୍ରୀନଗରସ୍ଥିତ ୯୨ ବେସ୍‌ ହସ୍ପିଟାଲ ବାଦାମୀବାଗରେ ସ୍ଥାନାନ୍ତର ବେଳେ ୨ଜଣଙ୍କର ମୃତ୍ୟୁ ହୋଇଥିଲା । ବିପିନ ନାମରେ ଗୁରୁତର ହୋଇଥିବା ଜଣେ ଯବାନଙ୍କ ଅବସ୍ଥା ସ୍ୱାଭାବିକ ହୋଇଛି । ତାଙ୍କର ହସ୍ପିଟାଲରେ ଚିକିତ୍ସା ଚାଲିଛି । ମୃତ୍ୟୁର ଶିକାର ହୋଇଥିବା ଯବାନଙ୍କ ନାମ ହେଲା ହାବିଲଦାର କମଲେଶ କୁମାର, ନାୟକ ବଲବୀର ଓ ରାଜେନ୍ଦ୍ର ।

LEAVE A REPLY

Please enter your comment!
Please enter your name here