Home Uncategorized ଶ୍ରୀମନ୍ଦିର କାନ୍ଥରେ ପୋଷ୍ଟର ଲଗାଇବା ପ୍ରସଙ୍ଗ: ଏଏସଆଇକୁ ଶ୍ରୀମନ୍ଦିର ସଂସ୍କାର କମିଶନଙ୍କ ନୋଟିସ୍

ଶ୍ରୀମନ୍ଦିର କାନ୍ଥରେ ପୋଷ୍ଟର ଲଗାଇବା ପ୍ରସଙ୍ଗ: ଏଏସଆଇକୁ ଶ୍ରୀମନ୍ଦିର ସଂସ୍କାର କମିଶନଙ୍କ ନୋଟିସ୍

ପୁରୀ: ଶ୍ରୀମନ୍ଦିର ପରିସରରେ ମୋବାଇଲ ବ୍ୟବହାର ନିଷେଧ ନେଇ ନିକଟରେ ପୋଷ୍ଟର ଲଗାଯାଇଥିଲା । ଏହି ପ୍ରସଙ୍ଗରେ ଶ୍ରୀମନ୍ଦିର ସଂସ୍କାର କମିସନ୍‌ ପକ୍ଷରୁ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ବିଭାଗ (ଏଏସ୍‌ଆଇ)କୁ ଗୁରୁବାର ନୋଟିସ୍‌ ଜାରି କରାଯାଇଛି । ୨ ସପ୍ତାହରେ ରିପୋର୍ଟ ଦେବାକୁ କମିଶନ ଏଏସଆଇ ସୁପରିନଟେଣ୍ଡେଣ୍ଟ ଭୁବନେଶ୍ୱରଙ୍କୁ ନୋଟିସ୍ ଜାରିକରିଛନ୍ତି । ଏଥିରେ କୁହାଯାଇଛି ଯେ,ଶ୍ରୀମନ୍ଦିର କାନ୍ଥରେ ପୋଷ୍ଟର ଲଗାଇବା ଦଣ୍ଡନୀୟ ।  ପୂରାତନ ଐତିହ୍ୟ ପ୍ରତ୍ନତାତ୍ତ୍ୱିକ ଆଇନ ୧୯୫୮ ଧାରା ୩୦ ଅନୁଯାୟୀ ଏହା ଏକ ଦଣ୍ଡନୀୟ ଅପରାଧ ବୋଲି ଶ୍ରୀମନ୍ଦିର ସଂସ୍କାର କମିଶନ ନୋଟିସରେ ଦର୍ଶାଇଛନ୍ତି ।  କିନ୍ତୁ ଏଯାଏଁ କହିଁକି କାର୍ଯ୍ୟାନୁଷ୍ଠନ ନିଆଯାଇ ନାହିଁ । ଶ୍ରୀମନ୍ଦିର ଯେହେତୁ ଏଏସ୍‌ଆଇର ପୁରାତନ ସଂରକ୍ଷିତ ସମ୍ପତ୍ତି, ଏହାରି ଉପରେ ପୋଷ୍ଟର ଲଗାଇବା କାହାର ଅଧିକାର ନାହିଁ । ତେଣୁ ଏଏସ୍‌ଆଇ ତରଫରୁ ଏତଲା ଦିଆଯିବା ଦରକାର ଥିଲା ବୋଲି ଶ୍ରୀମନ୍ଦିର ସଂସ୍କାର କମିସନ କହିଛି ।