Home Uncategorized ଶ୍ରୀମନ୍ଦିର ଜଗମୋହନ ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଶ୍ରୀମନ୍ଦିର ଜଗମୋହନ ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

0

ପୁରୀ: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀମନ୍ଦିର ଯାଇ ଶ୍ରୀଜିଉମାନଙ୍କୁ ଦର୍ଶନ କରିଛନ୍ତି  । ଏହାପରେ ମୁଖ୍ୟମନ୍ତ୍ରୀ ଜଗମୋହନ ମରାମତି କାର୍ଯ୍ୟର ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ । ସମୀକ୍ଷା ବୈଠକରେ ଅଂଶଗ୍ରହଣ କରି ମୁଖ୍ୟମନ୍ତ୍ରୀ ଶ୍ରୀମନ୍ଦିରର ଜଗମୋହନ ମରାମତି କାର୍ଯ୍ୟକୁ ଯଥାଶୀଘ୍ର ଏବଂ ଏକ ନିର୍ଦ୍ଦିଷ୍ଟ  ସମୟସୀମା ମଧ୍ୟରେ ଶେଷ କରିବାକୁ ଉଭୟ ଏଏସ୍‌ଆଇ ଓ ପୂର୍ତ୍ତ ବିଭାଗକୁ  ନିର୍ଦ୍ଦେଶ ଦେଇଛନ୍ତି । କେବେ ସୁଦ୍ଧା ଶ୍ରୀମନ୍ଦିର ଜଗମୋହନ କାର୍ଯ୍ୟ ମରାମତି ସଂପୂର୍ଣ୍ଣ ହେବ ସେ ସଂପର୍କରେ ନିଶ୍ଚିତ ଭାବେ ଜଣାଇବାକୁ ମଧ୍ୟ ଉଭୟ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହିତ ଶ୍ରୀମନ୍ଦିର ଜଗମୋହନ ମରାମତି କାର୍ଯ୍ୟରେ କୌଣସି ପ୍ରକାର ତ୍ରୁଟି ନ ରଖିବା ପ୍ରତି ମଧ୍ୟ ଯତ୍ନବାନ ହେବାକୁ ଉଭୟ ବିଭାଗକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଚଳିତବର୍ଷ ରଥଯାତ୍ରା ଶାନ୍ତି ଶୃଙ୍ଖଳାର ସହ ସମାପିତ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ସମସ୍ତ ସେବାୟତଙ୍କ ସହ ଏଥିସହ ସଶ୍ଲିଷ୍ଟ ଥିବା ବ୍ୟକ୍ତି ବିଶେଷଙ୍କୁ ଧନ୍ୟବାଦ ଦେଇଛନ୍ତି । ଶ୍ରୀମନ୍ଦର କାର୍ଯ୍ୟାଳୟରେ ବସିଥିବା ଏହି ବୈଠକରେ ଏଏସ୍‌ଆଇର ନିର୍ଦ୍ଦେଶକ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ , ପୁରୀ ଜିଲ୍ଲାପାଳ ଓ ସେବାୟତମାନେ ଉପସ୍ଥିତ ଥିଲେ ।
 

LEAVE A REPLY

Please enter your comment!
Please enter your name here