Home Uncategorized ଶ୍ରେଷ୍ଠ ପ୍ରଶାସକଙ୍କୁ ବିଭିନ୍ନ ସଙ୍ଗଠନ ପକ୍ଷରୁ ସମ୍ବର୍ଦ୍ଧନା

ଶ୍ରେଷ୍ଠ ପ୍ରଶାସକଙ୍କୁ ବିଭିନ୍ନ ସଙ୍ଗଠନ ପକ୍ଷରୁ ସମ୍ବର୍ଦ୍ଧନା

0

ଭୁବନେଶ୍ୱର: ଆଉଟଲୁକ ପତ୍ରିକା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଶ୍ରେଷ୍ଠ ପ୍ରଶାସକ ସମ୍ମାନ ମିଳିବା ପରେ ଆଜି ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସ ପରିସରରେ ୨୦ଟି ବିଭିନ୍ନ ସଙ୍ଗଠନ ପକ୍ଷରୁ  ସମ୍ବର୍ଦ୍ଧନା ଦିଆଯାଇଛି ।  ନବୀନ ନିବାସରେ କେକ୍ କାଟି ମୁଖ୍ୟମନ୍ତ୍ରୀ ଏହି ସମ୍ବର୍ଦ୍ଧନା ଉତ୍ସବ ପାଳନ କରିଛନ୍ତି। ସେହିଭଳି ସଚିବାଳୟ କର୍ମଚାରୀ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା ଦେଇଛନ୍ତି । ଛୋଟ ଛୋଟ ପିଲା, ସ୍କାଉଟ୍‌ ଗାଇଡ୍‌ ଛାତ୍ରଛାତ୍ରୀ,  ମହିଳା ସଙ୍ଗଠନ  ଆଦି ନବୀନ ନିବାସରେ ପହଞ୍ଚି ନବୀନଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।  ଏହି ସମୟରେ  ନବୀନ ନିବାସରେ ବିଜେଡିର ବହୁ ମନ୍ତ୍ରୀ, ନେତା ଓ କର୍ମୀମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here