Home Uncategorized ସପ୍ତମ ବେତନ କମିଶନ ଲାଗୁ ନେଇ ସଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା

ସପ୍ତମ ବେତନ କମିଶନ ଲାଗୁ ନେଇ ସଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା

0

ଭୁବନେଶ୍ୱର : ରାଜ୍ୟରେ ସେପ୍ଟେମ୍ବର ପହିଲାରୁ ଲାଗୁ ହେବ ୭ମ ବେତନ କମିଶନ । ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବେତନ କମିଶନ ବାର୍ତ୍ତା ଘୋଷଣା କରିବା ପରେ ସରକାରୀ କର୍ମଚାରୀଙ୍କ ମଧ୍ୟରେ ଖୁସିର ବାତାବରଣ ଖେଳିଯାଇଛି । ୧ ଜାନୁଆରୀ , ୨୦୧୬ରୁ ପିଛିଲା ଭାବେ ଏହା ଲାଗୁ କରାଯାଇଛି । ଏଥିସହ ଆସନ୍ତା ୨୭ରେ ପୂଜା ଛୁଟି ପଡୁଥିବାରୁ ତାପୂର୍ବଦିନ ଅର୍ଥାତ୍ ସେପ୍ଟେମ୍ବର ୨୬ ତାରିଖରେ କର୍ମଚାରୀ ବର୍ଦ୍ଧିତ ଦରମା ପାଇବେ । ସେ ମାସର ଦରମା ବି ସରକାର ଆଗତୁରା ଦେବେ । ଅପରପଟେ ସପ୍ତମ ବେତନ କମିଶନ ଲାଗୁ ପରେ ଖୁସ୍‌ ସରକାରୀ କର୍ମଚାରୀମାନେ  ଆଜି ସଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କୁ ଧାଡ଼ି ବାନ୍ଧି ଯାଇ ସମ୍ବର୍ଦ୍ଧନା ଦେଇଛନ୍ତି ।

ତେବେ ସପ୍ତମ ବେତନ କମିଶନ ଲାଗୁ ହେବା ପରେ ରାଜ୍ୟର ସାଢେ ୪ ଲକ୍ଷ ସରକାରୀ କର୍ମଚାରୀ ଏବଂ ସାଢେ ୩ ଲକ୍ଷ ପେନସନ୍ ଭୋଗୀ ଏହାର ଲାଭ ପାଇପାରିବେ । ଏଥିପାଇଁ ରାଜ୍ୟ ରାଜକୋଷ ଉପରେ ୪ ହଜାର ୫ ଶହ କୋଟିର ଆର୍ଥିକ ବୋଝ ପଡିବ । ରାଜ୍ୟ ସରକାରଙ୍କ ଏହି ଘୋଷଣା ପରେ କର୍ମଚାରୀଙ୍କ ମହଲରେ ଖୁସିର ଲହରୀ ଖେଳିଯାଇଛି ।

LEAVE A REPLY

Please enter your comment!
Please enter your name here