Home Uncategorized ‘ସବ୍‌ କା ସାଥ୍‌ ସବ୍‌ କା ବିକାଶ’ କାର୍ଯ୍ୟକ୍ରମରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ ଭେଙ୍କେୟା ନାଇଡୁ-କହିଲେ ଖୁବ୍‌ଶୀଘ୍ର...

‘ସବ୍‌ କା ସାଥ୍‌ ସବ୍‌ କା ବିକାଶ’ କାର୍ଯ୍ୟକ୍ରମରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ ଭେଙ୍କେୟା ନାଇଡୁ-କହିଲେ ଖୁବ୍‌ଶୀଘ୍ର ବଦଳିବ ସାଲିଆସାହିର ଚିତ୍ର

0

ଭୁବନେଶ୍ୱର- ଆଜି ଭୁବନେଶ୍ୱରର ସାଲିଆ ସାହି ବସ୍ତିରେ ଆୟୋଜିତ ‘ସବ୍‌ କା ସାଥ୍‌ ସବ୍‌ କା ବିକାଶ’ କାର୍ଯ୍ୟକ୍ରମରେ କେନ୍ଦ୍ର ସହରାଞ୍ଚଳବିକାଶ ମନ୍ତ୍ରୀ ଭେଙ୍କେୟା ନାଇଡୁ ଯୋଗ ଦେଇଥିଲେ । ସେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ କହିଥିଲେ ଯେ, ଖୁବ୍‌ ଶୀଘ୍ର ବଦଳିବ ସାଲିଆ ସାହି ବସ୍ତିର ଚିତ୍ର ।  ସାଲିଆ ସାହି ସହିତ ଅନ୍ୟ ବସ୍ତି ବାସିନ୍ଦାଙ୍କୁ ପକ୍କା ଘର ମିଳିବ । ରାଜ୍ୟ ସରକାର ପ୍ରସ୍ତାବ ଦେଲେ କେନ୍ଦ୍ର ସରକାର ଅର୍ଥ ଯୋଗାଇବେ ବୋଲି ସେ ଘୋଷଣା କରିଛନ୍ତି। ଏହି ସମୟରେ ସେ ମୋଦି ସରକାରଙ୍କ ବିଭିନ୍ନ ଯୋଜନା ଉପରେ ମଧ୍ୟ ଲୋକଙ୍କୁ ଅବଗତ କରାଇଥିଲେ । କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହାପରେ କେନ୍ଦ୍ରମନ୍ତ୍ରୀ ଭେଙ୍କୟାନାଇଡୁ ସାଲିଆ ସାହି ବସ୍ତିର ସୁଚିତ୍ରା ବେହେରାଙ୍କ ଘରେ ମଧ୍ୟାହ୍ନ ଭୋଜନ କରିଥିଲେ ।

LEAVE A REPLY

Please enter your comment!
Please enter your name here