Home ଅପରାଧ ସମ୍ବଲପୁର : ଡିଭାଇଡର୍‌ରେ ପିଟି ହେଲା ବୋଲେରୋ,୨ ମୃତ, ୭ ଆହତ

ସମ୍ବଲପୁର : ଡିଭାଇଡର୍‌ରେ ପିଟି ହେଲା ବୋଲେରୋ,୨ ମୃତ, ୭ ଆହତ

ବୁର୍ଲା: ସମ୍ବଲପୁର ଜିଲା ଲକ୍ଷ୍ମୀଡୁଙ୍ଗୁରି ଛକ ନିକଟରେ ଏକ ବୋଲେରୋ ଡିଭାଇଡର୍‌ରେ ଧକ୍କା ହେବା ଫଳରେ ଗାଡି ଚାଳକଙ୍କ ସମେତ ୨ ଜଣ ପ୍ରାଣ ହରାଇଛନ୍ତି । ଏହା ସହିତ ୭ ଜଣ ଗୁରୁତରଭାବେ ଆହତ ହୋଇଛନ୍ତି ।  ସ୍ଥାନୀୟଲୋକେ ଆହତଙ୍କୁ ଉଦ୍ଧାର କରି ବୁର୍ଲା ମେଡିକାଲରେ ଭର୍ତ୍ତି କରିଛନ୍ତି । ଆହତଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ବୁର୍ଲା ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ସ୍ଥାନୀୟଲୋକଙ୍କୁ ସାହଯ୍ୟ କରିଥିଲା ।   ସୂଚନା ଯୋଗ୍ୟ, ମୃତକ ଓ ଆହତଙ୍କ ଘର ଦେବଗଡ ଜିଲ୍ଲାରେ । ମୃତକମାନେ ହେଲେ ରିଆମାଳ ଥାନା ଅନ୍ତର୍ଗତ ଡାଙ୍ଗଘାଟ ଗାଁର ମନୀନ୍ଦ୍ର ବେହେରା, ଖରମୁଣ୍ଡା ଗାଁର ନବୀନ ଗଡନାୟକ । ଖରମୁଣ୍ଡା ଗାଁର ଜଣେ ପିଲାର ଗୋଡ଼ ଭାଙ୍ଗିଯିବାରୁ ତାର ଚିକିତ୍ସା ପାଇଁ ପରିବାର ଲୋକେ ବୋଲେରୋରେ ବୁର୍ଲାକୁ ଆଣୁଥିଲେ।  ଡ୍ରାଇଭର ଭାରସାମ୍ୟ ହରାଇ ଗାଡିଟିକୁ ଡିଭାଇଡରରେ ପିଟିଦେବାରୁ ଏହି ଦୁର୍ଘଟଣା ଘଟିଥିଲା ବୋଲି ସୂଚନା ମିଳିଛି । ବୋଲେରୋରେ ୧୦ ଜଣ ଲୋକ ଥିବା ଜଣା ପଡିଛି ।