Home Uncategorized ସରିଲା ଧାମରା ଏଲ୍‌ଏନ୍‌ଜି ଟର୍ମିନାଲ୍‌ର ଭୂମିପୂଜନ, ଡିସେମ୍ବର ସୁଦ୍ଧା ଆରମ୍ଭ ହେବ ପାଇପ୍‌ ଲାଇନ୍‌ କାମ

ସରିଲା ଧାମରା ଏଲ୍‌ଏନ୍‌ଜି ଟର୍ମିନାଲ୍‌ର ଭୂମିପୂଜନ, ଡିସେମ୍ବର ସୁଦ୍ଧା ଆରମ୍ଭ ହେବ ପାଇପ୍‌ ଲାଇନ୍‌ କାମ

0
ଧାମରା: ଧାମରାଠାରେ ଏଲ୍‌ଏନ୍‌ଜି ଟର୍ମିନାଲ୍‌ର ଭୂମିପୂଜନ କାର୍ଯ୍ୟକ୍ରମ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଯାଇଛି । ଭୂମିପୂଜା ପରେ କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ କହିଥିଲେ ଯେ,‘ନୌବାଣିଜ୍ୟ ଇତିହାସରେ ଆଜିର ଦିନ ସ୍ମରଣୀୟ ହୋଇ ରହିବ ।  ଧାମରା ପୂର୍ବଭାରତର ପ୍ରଥମ ଏଲ୍‌ଏନ୍‌ଜି ଟର୍ମିନାଲ । ଟର୍ମିନାଲରେ ନିବେଶ ହେବ ୬ ହଜାର କୋଟି ଟଙ୍କା । ଏହି ପ୍ରକଳ୍ପ ଦ୍ୱାରା ଓଡିଶାର ୧୩ଟି ଜିଲ୍ଲା ଉପକୃତ ହେବ । ଡିସେମ୍ବର ସୁଦ୍ଧା ୧୩ଟି ଜିଲ୍ଲାରେ ପାଇପ୍‌ ଲାଇନ୍‌ କାମ ଆରମ୍ଭ ହେବ ।  ପୂର୍ବ ଭାରତକୁ ଆଗକୁ ନେବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ପ୍ରତିଶ୍ରୁତିବଦ୍ଧ ।  ଓଡିଆ ଯୁବକଙ୍କୁ ଓଡିଶାରେ ରୋଜଗାର ଯୋଗାଇବା ପାଇଁ ମୋଦି ସରକାରଙ୍କ ଲକ୍ଷ୍ୟ । ଏଲ୍‌ଏନ୍‌ଜି ଟର୍ମିନାଲର କାପାସିଟି ପ୍ରାୟ ୫ ହଜାର ଟନ୍‌ । ସାରା ଓଡିଶାରେ ବିଛାଯିବ ୬୭୦ କିମି ପାଇପ ଲାଇନ । ଏହା ଓଡିଶାକୁ ବିକାଶ ପଥରେ ଆଗେଇ ନେବ ।’