Home ଓଡିଶା ସରିଲା ମାଟ୍ରିକ୍ ପରୀକ୍ଷା: ମେ ମାସରେ ପ୍ରକାଶ ପାଇବ ରେଜଲ୍ଟ

ସରିଲା ମାଟ୍ରିକ୍ ପରୀକ୍ଷା: ମେ ମାସରେ ପ୍ରକାଶ ପାଇବ ରେଜଲ୍ଟ

ଭୁବନେଶ୍ୱର : ମାଟ୍ରିକ ପରୀକ୍ଷା ଗୁରୁବାର ଦିନ ଶେଷ ହୋଇଛି । ଶେଷ ଦିନରେ ପରିକ୍ଷାର୍ଥୀମାନେ ସାମାଜିକ ବିଜ୍ଞାନ ପରୀକ୍ଷା ଦେଇଛନ୍ତି । ଚଳିତ ବର୍ଷ ୬ ଲକ୍ଷ ୮ ହଜାର ୩୧ ଜଣ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇଛନ୍ତି । ୨ ହଜାର ୮୧୮ଟି କେନ୍ଦ୍ରରେ ପରୀକ୍ଷା ଅନୁଷ୍ଠିତ ହୋଇଛି । ଆସନ୍ତା ମାର୍ଚ୍ଚ ୨୦  ତାରିଖରେ ମାଟ୍ରିକ୍ ପରୀକ୍ଷା ଖାତା ମୂଲ୍ୟାୟନ ଆରମ୍ଭ ହେବ । ୫୭ଟି ମୂଲ୍ୟାୟନ କେନ୍ଦ୍ରରେ ୧୩,୨୮୦ ଜଣ ଶିକ୍ଷକ ଖାତା ଦେଖିବେ । ମେ ମାସରେ ମାଟ୍ରିକ୍ ରେଜଲ୍ଟ ପ୍ରକାଶ ପାଇବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ବଦ୍ରି ନାରାୟଣ ପାତ୍ର ସୂଚନା ଦେଇଛନ୍ତି