Home Uncategorized ସର୍ବସାଧାରଣଙ୍କ ପାଇଁ ଖୋଲିଲା ରାଜଭବନ ଉଦ୍ୟାନ

ସର୍ବସାଧାରଣଙ୍କ ପାଇଁ ଖୋଲିଲା ରାଜଭବନ ଉଦ୍ୟାନ

0

ଭୁବନେଶ୍ୱର: ସର୍ବସାଧାରଣଙ୍କ ଲାଗି ସୋମବାର ରାଜଭବନ ଉଦ୍ୟାନ ଖୋଲାଯାଇଛି ।  ଅପରାହ୍ନ ୨ଟାରୁ ୪.୩୦ ପର୍ଯ୍ୟନ୍ତ ଶତାଧିକ ଲୋକ ଉଦ୍ୟାନ ପରିଦର୍ଶନ କରିଛନ୍ତି । ଆକର୍ଷଣୀୟ ଗୋଲାପ ଉଦ୍ୟାନ ସହ ଔଷଧୀୟ ବୃକ୍ଷ, ମ୍ୟୁଜିକାଲ ଫାଉଣ୍ଟେନ, ଓ୍ବାଟର ଫାଉଣ୍ଟେନ ଏବଂ ଉଦ୍ୟାନର ସବୁଜିମା ଦର୍ଶକଙ୍କୁ ଖୁବ୍‌ ଆକର୍ଷିତ କରିଛି । ଏଥିସହ ଚଳିତ ବର୍ଷ ହରିଣ ପାର୍କ, ମୟୂର, ବତକ, କକ୍‌ଟେଲ୍‌ ପକ୍ଷୀ ଆଦି ଦେଖିବାକୁ ଲୋକଙ୍କ ଭିଡ଼ ଜମିଥିଲା। ଛୋଟ ଛୋଟ ପିଲାମାନେ ମନୋଭରି ଏହାକୁ ଉପଭୋଗ କରିଛନ୍ତି । ଆସନ୍ତା ଜାନୁଆରୀ ୨୦ ତାରିଖ ପର୍ଯ୍ୟନ୍ତ ଛୁଟିଦିନ ଓ ରବିବାର ପ୍ରତ୍ୟେହ ଅପରାହ୍ନ ୨ଟାରୁ ୪.୩୦ ପର୍ଯ୍ୟନ୍ତ ଉଦ୍ୟାନ ଖୋଲା ରହିବ । ପରିଦର୍ଶନ ସମୟରେ ରାଜଭବନ ପରିସରକୁ ସାଙ୍ଗରେ କ୍ୟାମେରା, ଖାଦ୍ୟଦ୍ରବ୍ୟ ଓ ଅନ୍ୟାନ୍ୟ ଆପତ୍ତିଜନକ ସାମଗ୍ରୀ ନ ନେବା ପାଇଁ ରାଜଭବନ ପକ୍ଷରୁ କୁହାଯାଇଛି । ଏହି ଅବସରରେ ଉଦ୍ୟାନରେ ବହୁ ସଂଖ୍ୟାରେ ଜନସାଧାରଣଙ୍କ ସମାଗମ ହେଉଛି । ଉଦ୍ୟାନରେ ଥିବା ନାନା ପ୍ରକାରର ଫୁଲର ସମ୍ଭାର ଦେଖି ମଜ୍ଜା ଉଠାଉଛନ୍ତି ଦର୍ଶକ ।

LEAVE A REPLY

Please enter your comment!
Please enter your name here