Home ଦେଶ ବିଦେଶ ସର୍ବସାଧାରଣ ପାଇଁ ଖୋଲିଲା ରାଷ୍ଟ୍ରପତି ଭବନରେ ଥିବା ମୋଗଲ ଉଦ୍ୟାନ

ସର୍ବସାଧାରଣ ପାଇଁ ଖୋଲିଲା ରାଷ୍ଟ୍ରପତି ଭବନରେ ଥିବା ମୋଗଲ ଉଦ୍ୟାନ

0

ଆଜିଠାରୁ ମାର୍ଚ୍ଚ ୯ ପ ର୍ୟ୍ୟନ୍ତ ପ୍ର ତ୍ୟେକ ଦିନ ସକାଳ ୯.୩୦ରୁ ଅପରାହ୍ନ ୪ ଟା ଯାଏଁ ସର୍ବସାଧାରଣ ମୋଗଲ ଉଦ୍ୟାନର ସୌନ୍ଦର୍ଯ୍ୟକୁ  ଉପଭୋଗ କରିପାରିବେ । ତେବେ  ପ୍ରତ୍ୟେକ ସୋମବାର ଉଦ୍ୟାନ ବନ୍ଦ ରହିବା ସହ ହୋଲି ଦିନ ମଧ୍ୟ ଉଦ୍ୟାନକୁ ବନ୍ଦ ରଖାଯିବା ନେଇ ସୂଚନା ଦିଆଯାଇଛି ।

ତେବେ ମାର୍ଚ୍ଚ ୯ରେ ଏହି ସୁସଜ୍ଜିତ ଉଦ୍ୟାନକୁ ଦୃଷ୍ଟିହୀନ ବ୍ୟକ୍ତିଙ୍କ ପାଇଁ ଖୋଲା ଯିବା ନେଇ ସୂଚନା ଦିଆଯାଇଛି ।

୧୫ ଏକର ଜମି ଉପରେ ନିର୍ମାଣ ହୋଇଥିବା ଏହି ମୋଗଲ ଉଦ୍ୟାନକୁ  ଚଳିତବର୍ଷ ନେଦରଲାଣ୍ଡ୍ରୁ ଆମଦାନୀ ହୋଇଥିବା ଦଶହଜାର ପ୍ରକାରର ରଙ୍ଗୀନ ବଲ ସାହାଯ୍ୟରେ ସଜ୍ଜିତ କରାଯାଇଛି ।୧୫୯ ପ୍ରଜାତିର ଗୋଲାପ ଫୁଲ ଦ୍ୱାରା ଉଦ୍ୟାନର ଶୋଭାବଦ୍ଧ ର୍ନ ହୋଇଥିବାବେଳେ ସାହନାଇ ଓ ବନ୍ଦେ ମାତରମ ଧୂନି ଶୁଣିବା ସହିତ ଉଦ୍ୟାନରେ ଥିବା ଜଳଫୁଆରାରୁ ପାଣି ନିର୍ଗତ ହେଉଥିବା ଦେଖିବାକୁ ମିଳିଛି ।

ସୂଚନାନୁସାରେ ଜାମ୍ମୁ କାଶ୍ମୀରର ମୋଗଲ ଉଦ୍ୟାନକୁ ଅନୁସରଣ କରି ୧୯୧୭ ମସିହାରେ ସାର ଏଡୱାର୍ଡ ଲ୍ୟୁଟେନ୍ସ ରାଷ୍ଟ୍ରପତି ଭବନରେ ଏହି ଉଦ୍ୟାନର ପରିକଳ୍ପନା କରିଥିଲେ ।

LEAVE A REPLY

Please enter your comment!
Please enter your name here