Home Uncategorized ସାମ୍ ପିଟ୍ରୋଡାଙ୍କୁ ନେଇ ରାଜନୀତି ସରଗରମ, ବିଜେଡି-ବିଜେପିର ତୁ ତୁ ମେଁ ମେଁ ପଦାକୁ ଆସିଲା

ସାମ୍ ପିଟ୍ରୋଡାଙ୍କୁ ନେଇ ରାଜନୀତି ସରଗରମ, ବିଜେଡି-ବିଜେପିର ତୁ ତୁ ମେଁ ମେଁ ପଦାକୁ ଆସିଲା

0
ଭୁବନେଶ୍ୱର- ଓଡିଶାର ରାନ୍‌ସମ୍‌ୱେର୍ ଆତଙ୍କ ଚାଲିଥିବାବେଳେ ଆଇଟି ପରାମର୍ଶଦାତା ସାମ୍ ପିଟ୍ରୋଡାଙ୍କୁ ନେଇ ରାଜ୍ୟ ରାଜନୀତି ଚଳଚଞ୍ଚଳ। ଉଭୟ ବିଜେପି-ବିଜେଡି ପରସ୍ପରକୁ କାଦୁଅ ପିଙ୍ଗିବାରେ ବ୍ୟସ୍ତ। ରାଜ୍ୟର ବିଭିନ୍ନ ସ୍ଥାନରେ ରାନ୍‌ସମ୍‌ୱେର୍‌ ଭାଇରସ୍‌ ଆଟାକ୍‌ କରୁଥିବାବେଳେ କୁଆଡେ ଗଲେ ରାଜ୍ୟ ସରକାରଙ୍କର ଆଇଟି ପରାମର୍ଶଦାତା ସାମ୍ ପିଟ୍ରୋଡା ବୋଲି ବିଜେପି ପ୍ରଶ୍ନ କରିଥିଲା । ଏହାର ଦୃଢ ଜବାବ୍ ଦେଇ ସାମ୍ ପିଟ୍ରୋଡା ଟ୍ୱିଟ୍ କରି କହିଛନ୍ତି ଯେ, ୭୫ ବର୍ଷରେ ମୋର ୫୦ ବର୍ଷର ଅଭିଜ୍ଞତା ଅଛି । ମୁଁ ମୋର ଦାୟିତ୍ୱ ଓ ଭୂମିକା ବିଷୟରେ ଅବଗତ ଅଛି । ଓଡିଶାବାସୀଙ୍କ ପ୍ରତି ମୋର ଭଲ ପାଇବା ଅଛି । ଓଡିଶା ମୋର ଜନ୍ମମାଟି, ମୁଖ୍ୟମନ୍ତ୍ରୀଙ୍କୁ ମୁଁ ସମ୍ମାନ କରେ । ଓଡିଶା ବିଜେପିର ପରାମର୍ଶର ମୋତେ କୌଣସି ଆବଶ୍ୟକତା ନାହିଁ । ଦରମା ଓ ପଦବୀର ମୋର ଆବଶ୍ୟକତା ନାହିଁ । ସାଇବର୍ ଆଟାକ୍ ଏବେ ସାରା ବିଶ୍ୱରେ ଗୁରୁତର ରହିଛି। ଏଥିପାଇଁ ଡୋମନ୍ ଏକ୍ସପର୍ଟର ଆବଶ୍ୟକତା ଅଛି । ବିଜେପି ମୋ ବହି ପଢିବାର ଆବଶ୍ୟକତା ଅଛି । ଏହାର ଜବାବ୍‌ରେ ବିଜେପି ମୁଖପାତ୍ର ସଜ୍ଜନ ଶର୍ମା କହିଛନ୍ତି ଯେ, ସାମ୍‌ଙ୍କୁ ମନ୍ତ୍ରୀପଦର ସୁରକ୍ଷା ଦରକାର ଥିଲା, ସେଥିପାଇଁ ସେ ଆଇଟି ପରାମର୍ଶଦାତା ହେଲେ । ସେ ହେଉଛନ୍ତି ନବୀନ ଓ ସୋନିଆଙ୍କ ଯୋଗସୂତ୍ରକାରୀ କହୁଛନ୍ତି ଓଡିଶା ପ୍ରତି ତାଙ୍କର ଭଲ ପାଇବା ଅଛି ତେବେ ସେ ରାଜ୍ୟବାସୀଙ୍କ ପାଇଁ କ’ଣ କରିଛନ୍ତି ଜଣାନ୍ତୁ । ରାଜ୍ୟବାସୀ ତାଙ୍କ ବହି ପଢି କ’ଣ ପାଇବେ। ବିଜେପିର ଏହି ଆରୋପ ଉପରେ ପ୍ରତିକ୍ରିୟା ରଖିଥିଲେ ବିଜେଡି ନେତା ଅମର ଶତପଥି । ସେ କହିଥିଲେ ଯେ, ସାମ୍ ପିଟ୍ରୋଡା ଆଇଟି କ୍ଷେତ୍ରରେ ଜଣେ ମାନ୍ୟଗଣ୍ୟ ବ୍ୟକ୍ତି। ତାଙ୍କୁ ରାଜେନୈତିକ ପରିଧିକୁ ଆଣିବା ଦୁର୍ଭାଗ୍ୟଜନକ କଥା। ତାଙ୍କୁ ନୂନ୍ୟ କରି କହିଲେ ରାଜ୍ୟ ନୂନ୍ୟ ହେବ। ଭାଇରସ୍‌ ଆଟାକ୍‌ର ମୁକାବିଲା ପାଇଁ ରାଜ୍ୟ ସରକାର ବିଚାର କରୁଛନ୍ତି। ସେହିଭଳି କଂଗ୍ରେସ ନେତା ତାରାପ୍ରସାଦ ବାହିନୀପତି କହିଛନ୍ତି ଯେ, ସାମ୍ ବଲାଙ୍ଗୀରରେ ଜନ୍ମ ହୋଇଛନ୍ତି । ସେ ଓଡିଶାର  ଗର୍ବ ଓ ଗୌରବ। ତାଙ୍କୁ ନେଇ ରାଜନୀତି ହେବା ଉଚିତ୍ ନୁହେଁ। ବିଜେପି ତାଙ୍କ ଉପରେ ଅଭିଯୋଗ କରିବା ଦେଶଦ୍ରୋହ ମାମଲା।