Home ଓଡିଶା ସାମ୍ ପିଟ୍ରୋଡା କାହାର? ପୁଣି ଟାର୍ଗେଟ୍‌ରେ ରାଜ୍ୟ ସରକାରଙ୍କ ବୈଷୟିକ ପରାମର୍ଶଦାତା

ସାମ୍ ପିଟ୍ରୋଡା କାହାର? ପୁଣି ଟାର୍ଗେଟ୍‌ରେ ରାଜ୍ୟ ସରକାରଙ୍କ ବୈଷୟିକ ପରାମର୍ଶଦାତା

ଭୁବନେଶ୍ୱର- ରାଜ୍ୟ ସରକାରଙ୍କର ବୈଷୟିକ ପରାମର୍ଶଦାତା ସାମ୍‌ ପିଟ୍ରୋଡାଙ୍କୁ ଗତକାଲି କଂଗ୍ରେସ ପକ୍ଷରୁ ଓଭରସିଜ୍ କଂଗ୍ରେସ ଡିପାର୍ଟମେଣ୍ଟ ଅଧ୍ୟକ୍ଷ ନିଯୁକ୍ତି ଦିଆଯିବା ପରେ ଏହାକୁ ନେଇ ରାଜ୍ୟ ସରକାର ଅଡୁଆରେ ପଡିଯାଇଛନ୍ତି। ବିଜେପି ଆଜି ସିଧା ଟାର୍ଗେଟ କରିଛି ବିଜେଡିକୁ।   ପିଟ୍ରୋଡାଙ୍କ ବହିଷ୍କାର ଦାବି କରିଛି ବିଜେପି। ସାମ୍ବାଦିକ ସମ୍ମିଳନୀରେ ବିଜେପି ନେତା ସଜ୍ଜନ ଶର୍ମା ପିଟ୍ରୋଡାଙ୍କୁ କ୍ୟାବିନେଟ୍‌ ପାହ୍ୟାରୁ ବହିଷ୍କାର କରିବା ପାଇଁ ଦାବି କରିଛନ୍ତି। ‘ପୂର୍ବରୁ ସାମ୍‌ଙ୍କୁ ନେଇ ବିଜେପି ଯେଉଁ ଅଭିଯୋଗ ଆଣିଥିଲା ତାହା ସତ ହୋଇଛି । ସେ ସୋନିଆ ଓ ନବୀନଙ୍କ ଯୋଗସୂତ୍ରକାରୀ’ ବୋଲି ସଜ୍ଜନ ଶର୍ମା କହିଥିଲେ। ଏହାର ଜବାବରେ ବିଜେଡିର ବରିଷ୍ଠ ନେତା ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି ଯେ, ଯେତେସମ୍ଭବ କଂଗ୍ରସ ଓ ବିଜେପିଠାରୁ ସମଦୂରତା ରକ୍ଷା କରିବୁ। ସାମ୍‌ ପିଟ୍ରୋଡା ଆଇଟି କ୍ଷେତ୍ରର ଜଣେ ପରିଚିତ ନାମ। ତାଙ୍କୁ ନେଇ ରାଜନୀତି ନହେଉ। ପିଟ୍ରୋଡାଙ୍କୁ ଆକ୍ଷେପ କରିବା ଦୁର୍ଭାଗ୍ୟଜନକ। ଏଠାରେ ପ୍ରକାଶ ଥାଉ କି ସାମ୍‌ ପିଟ୍ରୋଡା୨୦୧୬ରେ ରାଜ୍ୟ ସରକାରଙ୍କ ବୈଷୟିକ ପରାମର୍ଶଦାତା ଭାବେ ନିଯୁକ୍ତି ପାଇଥିଲେ। ସେ କ୍ୟାବିନେଟ୍‌ ପାହ୍ୟା ପାଇଥଲେ।