Home Uncategorized ସାରା ରାଜ୍ୟରେ ବନ୍ଦ ପାଳନର ପ୍ରଭାବ

ସାରା ରାଜ୍ୟରେ ବନ୍ଦ ପାଳନର ପ୍ରଭାବ

0

କଂଗ୍ରେସର ୧୨ ଘଣ୍ଟିଆ ବନ୍ଦ ଓ ଭାଜପାର ୧୨ ଘଣ୍ଟିଆ ହରତାଳର ପ୍ରଭାବ ସାରା ଓଡ଼ିଶାରେ ପରିଲକ୍ଷିତ ହୋଇଛି। ସ୍କୁଲ, କଲେଜ ସମେତ ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ତଥା ଯାନବାହନ ଚଳାଚଳ ବନ୍ଦ ରହିଛି। ଷ୍ଟେଶନରେ ଯାତ୍ରୀମାନେ ବସି ରହିଛନ୍ତି। ଅପରପକ୍ଷରେ ଅନେକ ସ୍ଥାନରେ ଶହଶହ ଭାଜପା ଓ କଂଗ୍ରେସ କର୍ମୀଙ୍କୁ ପୋଲିସ ଅଟକ ରଖିଥିବା ଦେଖିବାକୁ ମିଳିଛି। ସେହିପରି ମାଓବାଦୀମାନେ ଏହାକୁ ସମର୍ଥନ କରି ୧୨ଘଣ୍ଟା ବଦଳରେ ୪୮ ଘଣ୍ଟା ବନ୍ଦ ପାଳନ କରିବାକୁ ଆହ୍ବାନ ଦେଇଛନ୍ତି। କୁନ୍ଦୁଲି ପୀଡ଼ିତାଙ୍କ ଆତ୍ମହତ୍ୟା ପରେ ଦୁଇ ପ୍ରମୁଖ ବିରୋଧୀ କଂଗ୍ରେସ ଓ ବିଜେପି ଆନ୍ଦୋଳନକୁ ଓହ୍ଲାଇଥିଲେ। କଂଗ୍ରେସ ସାରା ଓଡ଼ିଶାରେ ବନ୍ଦ ଡାକରା ଦେଇଥିବାବେଳେ ବିଜେପି ମଧ୍ୟ ହରତାଳର ଆହ୍ବାନ ଦେଇଥିଲା। କଂଗ୍ରେସ ଓ ଭାଜପାର ବରିଷ୍ଠ ନେତାମାନେ ରାଜରାସ୍ତା ଉପରେ ବସି ରାସ୍ତା ଅବରୋଧ କରିଛନ୍ତି।

LEAVE A REPLY

Please enter your comment!
Please enter your name here